ଇମର୍ଜିଂ ଟିମ୍ ଏସିଆ କପ୍ : ସେମିରେ ବାଂଲାଦେଶ-ଏକୁ ୫୧ ରନରେ ପରାସ୍ତ କଲା ଭାରତ-ଏ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇମର୍ଜିଂ ଟିମ୍ ଏସିଆ କପରେ  ସେମିରେ ବାଂଲାଦେଶ-ଏକୁ ୫୧ ରନରେ ପରାସ୍ତ କଲା ଭାରତ-ଏ । ଇମର୍ଜିଂ ଟିମ୍ ଏସିଆ କପ୍ ୨୦୨୩ର ସେମିଫାଇନାଲରେ ଭାରତ-ଏ ୫୧ ରନ୍ ରେ ବାଂଲାଦେଶ’ଏ’କୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନର ଟାର୍ଗେଟ ଦେଇଥିଲା। ଜବାବରେ ବାଂଲାଦେଶ ‘ଏ’ର ଦଳ ୧୬୦ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଏବେ ଫାଇନାଲରେ ଭାରତ-ଏ ପାକିସ୍ତାନ-ଏକୁ ଭେଟିବ। ପ୍ରଥମ ସେମିଫାଇନାଲରେ ପାକିସ୍ତାନ ‘ଏ’ ୬୦ ରନ୍ ରେ ଶ୍ରୀଲଙ୍କା’ଏ’କୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ନିଶାନ୍ତ ସିନ୍ଧୁ ସେମିଫାଇନାଲରେ ୫ଟି ୱିକେଟ୍ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରି ଭାରତ-ଏ ୪୯.୧ ଓଭରରେ ୨୧୧ ରନ୍ କରିଥିଲା। ୟଶ ଧୁଲ ଅଧିନାୟକତ୍ୱ ଇନିଂସ ଖେଳିଥିଲେ। ସେ ୮୫ ବଲ୍ ର ସମ୍ମୁଖୀନ ହୋଇ ୬୬ ରନ୍ କରିଥିଲେ। ୟଶ ୬ଟି ଚୌକା ମାରିଥିଲେ। ଅଭିଷେକ ଶର୍ମା ୬୩ ବଲ୍ ର ସମ୍ମୁଖୀନ ହୋଇ ୩୪ ରନ୍ କରିଥିଲେ। ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଓପନର ସାଇ ସୁଦର୍ଶନ ୨୪ ବଲରେ ୨୧ ରନ୍ କରିଥିଲେ। ତାଙ୍କ ଇନିଂସରେ ୩ଟି ଚୌକା ସାମିଲ ଥିଲା। ରିୟାନ ପରାଗ ବିଶେଷ କିଛି କରିପାରିନଥିଲେ। ସେ ୧୨ ରନ୍ କରି ଆଉଟ୍ ହୋଇଥିଲେ। ନିକିନ୍ ଜୋସ୍ ୧୭ ରନ୍ ର ଯୋଗଦାନ ଦେଇଥିଲେ।

Leave A Reply

Your email address will not be published.