ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ବିଜାପୁର ନ୍ୟାଶନାଲ ପାର୍କ ଅଞ୍ଚଳରେ ୫, ୬ ଏବଂ ୭ ତାରିଖରେ ହୋଇଥିବା ପୋଲିସର ସର୍ଚ୍ଚ ଅପରେଶନ ଏବଂ ଏନ୍କାଉଣ୍ଟରରେ ୭ଜଣ ମାଓବାଦୀ ଟଳିପଡିଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ସିସିଏମ୍ ଗୌତମ ସୁଧାକର ରହିଥିବା ବେଳେ ତେଲେଙ୍ଗାନା ଷ୍ଟେଟ କମିଟି ସଦସ୍ୟ ଭାସ୍କରଙ୍କ ମୃତ୍ୟୁ ଘଟିଛି।
ଚିହ୍ନଟ ହୋଇ ନ ଥିବା ଆଉ ୫ ଜଣଙ୍କ ପରିଚୟ ଖୋଜା ଚାଲିଛି।ଜୁନ ୫ ତାରିଖରେ କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଓରଫ ଗୌତମ ନିହତ ହୋଇଥିଲେ। ଏହା ପରେ, ଜୁନ ୬ ତାରିଖରେ ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ ଭାସ୍କର ନିହତ ହୋଇଥିବା ସୂଚନା ମିଳିଛି। ଜୁନ ୬ ତାରିଖ ସାରେ ହୋଇଥିବା ଏନ୍କାଉଣ୍ଟରରେ ପୁଣି ୩ଜଣ ମାଓବାଦୀ ନିହତ ହୋଇଛନ୍ତି।