ଭାରତ-ମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ

0

ଓଡ଼ିଆ ନ୍ୟୁଜ୍: ଭାରତ-ମିଆଁମାର ସୀମାର ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ୧୦ ଉଗ୍ରବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ମଣିପୁର ଚାନ୍ଦେଲରେ ସେନା-ଆସାମ ରାଇଫଲ୍ସର ମିଳିତ ଅପରେସନ ଏହି ବଡ ସଫଳତା ମିଳିଛି ।ଏବେବି ସେଠାରେ କମ୍ୱିଂ ଜାରି ରହିଛି । ମିଆଁମାର ସୀମାନ୍ତରେ ଥିବା ନ୍ୟୁ ସାମତାଲ ଗ୍ରାମ ନିକଟରେ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ପରେ ସେନା ଅଧିକାରୀମାନେ ନିଶ୍ଚିତ କରି ଅପରେସନ୍ ଆରମ୍ଭ କରିଥିଲେ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ସେୟାର କରି ଭାରତୀୟ ସେନାର ପୂର୍ବ କମାଣ୍ଡ କହିଛି ଯେ ମେ ୧୪ ତାରିଖରେ, ଆସାମ ରାଇଫଲ୍ସର ଏକ ୟୁନିଟ୍ ସ୍ପିୟର କୋର୍ପସ ଅଧୀନରେ ଖେଙ୍ଗଜୋୟ ତହସିଲର ନ୍ୟୁ ସାମତାଲ ଗାଁରେ ଏହି ଅପରେସନ ଆରମ୍ଭ କରିଥିଲା। ଏହି ଅଞ୍ଚଳ ଭାରତ-ମିଆଁମାର ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ, ଯାହା ପ୍ରାୟତଃ ଆତଙ୍କବାଦୀ କାର୍ୟ୍ୟକଳାପର କେନ୍ଦ୍ର ହୋଇ ରହିଥାଏ।

Leave A Reply

Your email address will not be published.