ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା। ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି। ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି|
ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଏପରିକି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇବେ ଦର୍ଶକ। ସେହିଭଳି ଅନୁଗୁଳ, ନାଲକୋ ନଗରରେ ମଧ୍ୟ ବେଶ୍ ଧୂମଧାମ ସହକାରେ ପୂଜା ପାଳିତ ହେଉଛି। ଚଳିତବର୍ଷ ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ ବିଶ୍ଵକର୍ମାଙ୍କୁ ଆବାହନ କରାଯିବ। କେଉଁଠି ସାମ୍ପତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ମୁର୍ତ୍ତି ନିର୍ମାଣ ହେଉଛି। ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ ପୂଜାର୍ଚ୍ଚନା କରାଯାଉଛି।
ସେହିଭଳି ଅନୁଗୁଳ ନାଲକୋନଗରରେ ବେଶ ଧୁମଧାମରେ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଚଳିତ ବର୍ଷ ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ କରାଯିବ ଦେବଶିଳ୍ପୀଙ୍କ ଆବାହନ । କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ହୋଇଛି ମୂର୍ତ୍ତି ନିର୍ମାଣ। ରାଜଧାନୀ ଭୁବନେଶ୍ବରର ବି ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଦେବ ଶିଳ୍ପୀ ବିଶ୍ବକର୍ମା ।