ଓଡ଼ିଆ ନ୍ୟୁଜ୍: ବାଇକ୍ ସୋରୁମ୍ରେ ଅଗ୍ନିକାଣ୍ଡ, ଜଳିଗଲା ୩୦ ବାଇକ୍। ମାଧିପୁର ଛକ ନିକଟ ବ୍ୟାଟେରି ବାଇକ୍ ସୋରୁମ୍ରେ ଅଗ୍ନିକାଣ୍ଡ। ବ୍ୟାଟେରି ବିସ୍ଫୋରଣରୁ ସୋରୁମ୍ରେ ନିଆଁ ଲାଗିଥିବା ସୂଚନା।ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି, ନିଆଁ ଲିଭାଇବାକୁ ଉଦ୍ୟମ।ସୋରୁମ୍ରେ ଥିବା କର୍ମଚାରୀ ଓ ଗ୍ରାହକ ସୁରକ୍ଷିତ।
ଖବର ପାଇ ଦୀର୍ଘ ୪୫ ମିନିଟ୍ ପରେ କୋଣାର୍କ ଚମ୍ପାହର ଅଗ୍ନିଶମର ଦୁଇଟି ଦମକଳ ଗାଡ଼ି ପହଁଛି ନିଆଁକୁ ଲିଭାଇ ଆୟତ୍ତ କରିବା ବେଳକୁ ସୋ’ରୁମ ମଧ୍ୟରେ ଥିବା ସମସ୍ତ ଗାଡ଼ି ସହ ଆସବାପତ୍ର ଜଳି ପାଉଁଶ ହୋଇଯାଇଥିଲା। ସୋ’ରୁମ ମଧ୍ୟରେ ଥିବା ନୂତନ ୨୫ ଗୋଟି ଇ-ବାଇକ ଓ ୫ ଟି ସର୍ଭିସିଂ ପାଇଁ ରକ୍ଷା ଯାଇଥିବା ପୁରୁଣା ଗାଡ଼ି ସହିତ ଆସବାପତ୍ରର ଜଳି ଯାଇଛି। ଗାଡ଼ିଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ସୋରୁମ ମାଲିକ ସୌମ୍ୟରଂଜନ ସ୍ୱାଇଁ ପ୍ରକାଶ କରିଛନ୍ତି। ଖବର ପାଇଁ କୋଣାର୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।