ଏଣିକି ଅଣ ସୁପକାର ଆନନ୍ଦ ବଜାରରେ ବିକି ପାରିବେନି ମହାପ୍ରସାଦ ଓ ଶୁଖିଲା ଭୋଗ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏଣିକି ଅଣ ସୁପକାର ଆନନ୍ଦ ବଜାରରେ ବିକି ପାରିବେନି ମହାପ୍ରସାଦ ଓ ଶୁଖିଲା ଭୋଗ । ଶ୍ରୀମନ୍ଦିର ଆନନ୍ଦ ବଜାରକୁ ଶୃଙ୍ଖଳିତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅଣ ସୁପକାରମାନେ ଏଣିକି ଆଉ ମହାପ୍ରସାଦ ଓ ଶୁଖିଲି ଭୋଗ ବିକ୍ରି କରି ପାରିବେ ନାହଁ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ନିୟମ ଉଲଂଘନ କଲେ ଥାନାରେ ଏତଲା ଦିଆଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିରେ ଯଦି ସୁପକାରସେବାୟତ ସାମିଲ ହୁଅନ୍ତି ସୁଆର ମହାସୁଆର ନିଯୋଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ, ଏସ୍‌ପି, ଜିଲ୍ଲାପାଳ ଓ ଶ୍ରୀ ମନ୍ଦିର ସୁରକ୍ଷା ପ୍ରଶାସକ ସହ ଶ୍ରୀ ମନ୍ଦିର କମାଣ୍ଡରକୁ ଦିଆଯାଇଛି ଚିଠି।

Leave A Reply

Your email address will not be published.