ଏଣିକି ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ ଦଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋଲକାତାର ଆରଜି କର ମେଡିକାଲ୍‌ର  ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଛି। ଗତକାଲି ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ବନ୍ଦ୍‌ ଡାକରା ଦିଆ ଯାଇଥଲା। ଏହି ବନ୍ଦ୍‌ ସମୟରେ ବିଜେପିର ବରିଷ୍ଠ ନେତା ଜୟନ୍ତ କୁମାର ରୟ ଆକ୍ରମଣର ଶିକାର ହୋଇଛନ୍ତି।

ସିଲିଗୁଡ଼ିଠାରେ କିଛି ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି)ର ଦଳୀୟ କର୍ମୀ ବିଜେପି ନେତାଙ୍କ ଉପ‌ରକୁ ଗୁଳି ଚାଳନା କରିଥିବା ଅଭିଯୋଗ‌ ହୋଇଛି। ବିଜେପି ନେତାଙ୍କୁ ଆକ୍ରମଣ କରିବା ସହ ତାଙ୍କ କାର୍‌କୁ ଟେକାପଥର ଫିଙ୍ଗି ଭାଙ୍ଗି ଦେଇଥିବା ବି ଅଭିଯୋଗ ହୋଇଛି।  ଅନ୍ୟପକ୍ଷରେ କୋଲକାତାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଯେଉଁଥିରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ବିଧାନ ବ୍ୟବସ୍ଥା ରଖାଯିବ। ଆସନ୍ତା ୧୦ ଦିନ ମଧ୍ୟରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡକାଇ ବିଲ୍‌ ଆଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଏହା ପରେ ବିଲ୍‌କୁ ଅନୁମୋଦନ ପାଇଁ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ନିକଟକୁ ପଠାଯିବ। ହେଲେ ରାଜ୍ୟପାଳ ବିଲ୍‌କୁ ଅନୁମୋଦନ ଦେବେ କି ନାହିଁ ତାହା ବି ସନ୍ଦେହରେ ରହିଛି ବୋଲି ମମତା କହିଛନ୍ତି। ମମତା କହିଛନ୍ତି, ଯଦି ରାଜ୍ୟପାଳ ଅନୁମୋଦନ ନ କରନ୍ତି ତାହେଲେ ଆମେ ରାଜଭବନ ଆଗରେ ଧାରଣା ଦେବୁ। ଏହି ବିଧେୟକ ନିହାତି ଭାବେ ଅନୁମୋଦନ ହେବା ଜରୁରୀ ଏବଂ ରାଜ୍ୟପାଳ ତାଙ୍କ ଦାୟିତ୍ଵରୁ ମୁକୁଳିପାରିବେ ନାହିଁ।

Leave A Reply

Your email address will not be published.