ଚନ୍ଦ୍ରଚୂଡଙ୍କ ନାଁରେ ଆସିଲା ସାଇବର ଠକେଇ ଉଦ୍ୟମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଇବର ଫ୍ରଡର ନୂଆ ତରିକା। ଦିଲ୍ଲୀରୁ ସାମନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଆଉ କେହି ନୁହେଁ ବରଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନାଁ ନେଇ ଠକେଇ କରିବାକୁ ଚେଷ୍ଟା କରିଛନ୍ତି ଅଭିଯୁକ୍ତ। ତେବେ ସୂଚନା ମୁତାବକ, ‘ହେଲୋ, ମୁଁ CJI କହୁଛି, କଲିଜିୟମ୍‌ରେ ଜରୁରୀ ବୈଠକ ଅଛି, ମୁଁ କନ୍ନଟ ପ୍ଲେସ୍‌ରେ ଫସି ଯାଇଛି । ମୋତେ କାର୍‌ ଭଡ଼ା ୫୦୦ ଟଙ୍କା ପଠାଇ ପାରିବ ? କୋର୍ଟରେ ପହଞ୍ଚିବା ପରେ ତୁମକୁ ଟଙ୍କା ଫେରାଇ ଦେବି।’

ଏପରି ଏକ ମେସେଜ ପାଇ ଜଣେ ବ୍ୟକ୍ତି ହଠାତ୍‌ ନିଜକୁ ବିଶ୍ୱାସ କରିପାରିଲେନି। ଖାଲି ସେତିକି ନୁହେଁ, ଏହି ମେସେଜର ଶେଷରେ ଆଇପ୍ୟାଡରୁ ମେସେଜ ଆସିଥିବା ଉଲ୍ଲେଖ ହୋଇଥିଲା। ‘ସେଣ୍ଟ ଫ୍ରମ ଆଇପ୍ୟାଡ୍’ ବୋଲି ଲେଖିଥିଲା ଅଭିଯୁକ୍ତ। ଏନେଇ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ସାଇବର ସେଲରେ ଏତଲା ଦିଆଯାଇଛି । ମାତ୍ର ପରେ ଖୋଳତାଡ଼ କରୁ କରୁ ଏହା ସାଇବର ଠକଙ୍କ କାରସାଦି ବୋଲି ଜାଣିବାକୁ ମିଳିଥିଲା ।

ଏପରି ମାମଲା ସାମ୍ନାକୁ ଆସିବା ପରେ ସୁପ୍ରିମ କୋର୍ଟ ପକ୍ଷରୁ ସାଇବର ସେଲ୍‌ରେ ଅଭିଯୋଗ ହୋଇଛି। ଏହି ମାମଲାର ଯାଞ୍ଚ ଚାଲିଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସାଇବର ସେଲ୍‌ ଅଧିକାରୀ କହିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ ଉତ୍ତରପ୍ରଦେଶରେ ଗତବର୍ଷ ସବୁଠୁ ଅଧିକ ୨ ଲକ୍ଷରୁ ଅଧିକ ଲୋକ ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଠକ ଉତ୍ତରପ୍ରଦେଶରୁ ୭୨୧.୧ କୋଟି ଠକି ନେଇଛନ୍ତି । ଏହାପରେ ମହାରାଷ୍ଟ୍ର ଓ ଗୁଜରାଟରୁ ଅଧିକ ଠକେଇ ହୋଇଛି ।

Leave A Reply

Your email address will not be published.