ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଲକାତାର ଆର.ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏବେ ବର୍ବରତାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ ସେ ନିରାଶ ଓ ଭୟଭୀତ ଥିବା ପ୍ରକାଶ କରିଛନ୍ତି। ପ୍ରାୟ ସବୁ କ୍ଷେତ୍ରରେ ଗୋଟିଏ ନିନ୍ଦନୀୟ ମାନସିକତା ମହିଳାମାନଙ୍କୁ କମ ମଣିଷ, କମ ଶକ୍ତିଶାଳୀ, କମ ଦକ୍ଷତାପୂର୍ଣ୍ଣ ଓ କମ ବୁଦ୍ଧିମତା ଭାବେ ଦେଖି ଚାଲିଛି।
ରାଷ୍ଟ୍ରପତି ମୁର୍ମୁ ଲୋକମାନଙ୍କ ସାମୂହିକ ଭୁଲାପଣକୁ ସମାଲୋଚନା କରିଛନ୍ତି। ଏହି ଭୁଲା ପଣ ମହିଳା ବିରୋଧୀ ହିଂସା, ନିର୍ଯାତନା ଓ ହତ୍ୟା ଭଳି ଘଟଣାକୁ ଅନୁମତି ଦେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। କୋଲକାତାରେ ଘଟିଥିବା ଏହି ଘଟଣାରେ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି, କୌଣସି ସଭ୍ୟ ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଅନୁମତି ଦିଆଯାଇପାରିବ ନାହିଁ। ସମାଜ ମଧ୍ୟ ସଚ୍ଚୋଟ, ନିରପେକ୍ଷ ଏବଂ ଆତ୍ମନିରୀକ୍ଷଣ ହେବା ଉଚିତ। ରାଷ୍ଟ୍ରପତି କହିଛନ୍ତି, ଅନେକ ସମୟରେ ନିନ୍ଦନୀୟ ମାନସିକତା ଥିବା ଲୋକମାନେ ମହିଳାମାନଙ୍କୁ କମ୍ ଶକ୍ତିଶାଳୀ, କମ୍ ଦକ୍ଷ, କମ୍ ବୁଦ୍ଧିମତି ବୋଲି ଭାବନ୍ତି।
କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ। ଯେଉଁମାନଙ୍କର ଏପରି ଦୃଷ୍ଟିକୋଣ ରହିଛି, ସେମାନେ ମହିଳାମାନଙ୍କୁ ଏକ ବସ୍ତୁ ଭାବରେ ଦେଖନ୍ତି। ଭୟରୁ ମୁକ୍ତି ପାଇବା ବାଟରେ ଆସୁଥିବା ପ୍ରତିବନ୍ଧକକୁ ହଟାଇବା ଆମ ଝିଅମାନଙ୍କର କର୍ତ୍ତବ୍ୟ। ସେ କହିଛନ୍ତି, ନିର୍ଭୟା ପରେ ଗତ ୧୨ ବର୍ଷ ମଧ୍ୟରେ ସମାଜ ଅଗଣିତ ବଳାତ୍କାରକୁ ଭୁଲି ଯାଇଛି। ଏହି ପ୍ରକାର ମାନସିକ ରୋଗ ଅତି ଅହସ୍ୟ। ବର୍ତ୍ତମାନ ସମୟ ଆସିଛି ଭାରତ ଇତିହାସକୁ ସାମ୍ନା କରିବାକୁ। ଆହୁରି ମଧ୍ୟ ରାଷ୍ଟ୍ରପତି କହିଛନ୍ତି, ସମାଜ ନିଜକୁ କିଛି କଠିନ ପ୍ରଶ୍ନ ପଚାରିବା ଆବଶ୍ୟକ। କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ।