ଆଜୀବନ ଦଣ୍ଡାଦେଶରୁ ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ମିଳିଲା ଆଶ୍ବସ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜୀବନ ଦଣ୍ଡାଦେଶରୁ ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ମିଳିଲା ଆଶ୍ବସ୍ତି । ଜାମିନ ପ୍ରଦାନ କଲେ ହାଇକୋର୍ଟ । ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ। ଏହାକୁ ଚାଲେଞ୍ଜ କରି ଅପିଲରେ ହାଇକୋର୍ଟ ଆସିଥିଲେ ରାମମୂର୍ତ୍ତି ଗମାଙ୍ଗ। ୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ୱରରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ଗମାଙ୍ଗଙ୍କ ନାମରେ ଆସିଥିଲା । ଗତ ଜୁନ୍ ୨୪ରେ ଏହି ମାମଲାରେ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଜୁନ୍ ୨୭ରେ ତାଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ । ନିମ୍ନ ଅଦାଲତଙ୍କ ସଜ୍ଜା ଉପରେ ରହିତାଦେଶ ଦେଇଛନ୍ତି ହାଇକୋର୍ଟ। ଏବେ ମାମଲାର ଶୁଣାଣି କରିବେ ହାଇକୋର୍ଟ। ରାମମୂର୍ତ୍ତି ଗମାଙ୍ଗଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ ଅମିତ ପ୍ରସାଦ ବୋଷ।

ସୂଚନାଯୋଗ୍ୟ ଯେ, ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଭୁବନେଶ୍ବର ଏମ୍‌ଏଲ୍‌ଏ କଲୋନୀରେ ନିଜ ସ୍ତ୍ରୀକୁ ପୋଡ଼ି ମାରିଥିଲେ ରାମମୂର୍ତ୍ତୀ । ବାସଭବନ ଡିଏସ୍୧୮/୧ରୁ ତାଙ୍କ ପତ୍ନୀଙ୍କର ମୃତଦେହ ମିଳିଥିଲା । ପତ୍ନୀ ଗର୍ଭବତୀ ଥିବା ସମୟରେ ତାଙ୍କୁ ରାମମୂର୍ତ୍ତି ଜାଳି ଦେଇଥିବା ଅଭିଯୋଗ ହୋଇଥିଲା । ସ୍ବତନ୍ତ୍ର କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ଏହି ଦଣ୍ଡାଦେଶ ଶୁଣାଇଥିଲେ। ଆଇପିସି ଦଫା-୩୦୨(ହତ୍ୟା)ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ସେହିପରି ଦଫା-୨୦୧(ପ୍ରମାଣ ନଷ୍ଟ କରିବା)ରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ଦୁଇଟି ଯାକ ଦଣ୍ଡ ଏକାସାଙ୍ଗରେ ଲାଗୁ ହେବ। ରାଜ୍ୟରେ ଏମପି, ଏମ୍‌ଏଲ୍‌ଏଙ୍କ ମାମଲା ଆଦିର ତ୍ବରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବା ପରେ ଏହା ପ୍ରଥମ ଦଣ୍ଡାଦେଶ।

Leave A Reply

Your email address will not be published.