୧୩ ଟି ଭାରତୀୟ ଭାଷାରେ ପ୍ରକାଶିତ ହେଲା “ଏଗଜାମ୍ ୱାରିୟର୍ସର”, ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ:ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ୱିଟ୍ କରି କହିଛନ୍ତି। ପରୀକ୍ଷା ଚାପକୁ କମ୍ କରିବାରେ ଏହି ପୁସ୍ତକ ଫଳପ୍ରଦ ହେବ । ଏଗଜାମ୍ ୱାରିୟର୍ସରକୁ ପଢି ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି।

ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ନୂତନ ଓ ପରିବର୍ଦ୍ଧିତ ସଂସ୍କରଣ ଓଡ଼ିଆ ଓ ଇଂରାଜୀ ସମେତ 13ଟି ଭାରତୀୟ ଭାଷାରେ ପ୍ରକାଶିତ ହୋଇଛି। ଏହି ପୁସ୍ତକ କେବଳ ଛାତ୍ରଛାତ୍ରୀ ନୁହେଁ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାପଦ ପୁସ୍ତକ। ବିବିଧ କାର୍ଯ୍ୟବିଧି ଓ ଯୋଗସାନ ସହିତ ଅନ୍ତରଙ୍ଗ ଏକ କଥୋପକଥନ ଶୈଳୀରେ ଉପସ୍ଥାପିତ ଏହି ସଚିତ୍ର ପୁସ୍ତକ ପରୀକ୍ଷାରେ ସଫଳତା ଅର୍ଜନରେ ଓ ଜୀବନ ଆହ୍ୱାନକୁ ସମ୍ମୁଖୀନ ହେବାରେ ଏକ ସାଥି ସଦୃଶ ।
ଆସନ୍ତା ଜାନୁଆରୀ 27 ତାରିଖ ଦିନ ଦେଶର ଛାତ୍ରଛାତ୍ରୀଙ୍କ ସହ ବହୁ ପ୍ରତୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସହିତ ସଫଳତାର ମନ୍ତ୍ର ଉପରେ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Leave A Reply

Your email address will not be published.