ଦୁଷ୍କର୍ମକାରୀକୁ କୋଦାଳରେ ପିଟି ପିଟି ହତ୍ୟା କଲା ପିଡିତା, ଜଙ୍ଗଲରେ ଫିଙ୍ଗିଦେଲା ଶବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୁଷ୍କର୍ମକାରୀକୁ କୋଦାଳରେ ପିଟି ପିଟି ହତ୍ୟା କଲା ପିଡିତା । ହତ୍ୟା ପରେ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଲା ଶବ । ଏଭଳି ଘଟଣା ଦେଖୀବାକୁ ମିଳୀଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧିନ ଗୁଞ୍ଜୁସାହି ଗ୍ରମାରେ । ମୃତକ ଜଣକ ସେହି ଗୁଞ୍ଜୁସାହି ଗ୍ରମାର ମଙ୍ଗଲ ମୁର୍ମୁ । ହତ୍ୟା ଅଭିଯୋଗରେ ପିଡିତା ଙ୍କୁ ଅଟକ ରଖିଛି ପୋଲିସ । ଘଟଣା ଘଟିଛି ଗତ ୧୫ ତାରିଖ ରାତିରେ । ଗତ ୧୫ ତାରିଖ ଗୁଞ୍ଜୁସାହିରେ ମକର ମେଳା ଅନୁଷ୍ଠିତ ହୋଇଥିଲା । ସେହି ରାତିରେ ମଙ୍ଗଲ ନିଶା ଶକ୍ତ ଅବସ୍ଥାରେ ସେହି ଗ୍ରାମର କୁନି ମୁର୍ମୁ ନାମକ ମହିଳାଙ୍କ ଘରେ ପସି ଦୁଷ୍କର୍ମ କରିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ କୁନି ଏକ କୋଦାଳ ରେ ମଙ୍ଗଲର ମୁଣ୍ଡରେ ପ୍ରହାର କରିଥିଲା ।

ମଙ୍ଗଲ ସେହି ସ୍ଥାନରେ ଅଚେତ୍ ହୋଇ ପଡିବାରୁ ତାକୁ ଘୋସାରି ଘୋସାରି ନେଇ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲା କୁନି । ଘଟଣା ପରେ ମଙ୍ଗଲ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପୋଲିସ୍‌କୁ ଖବର ଦେଇଥିଲେ । ପରେ ମହିଳାଙ୍କ ଘର ନିକଟରେ ରକ୍ତ ଦାଗ ଦେଖି ଗାଁ ଲୋକେ ପୋଲିସକୁ ଜଣାଇଥିଲେ । କୁନି କୁ ପଚରା ଉଚରା ପରେ ଆଜି ପୋଲିସ ନିକଟରେ ସତ ମାନିଥିଲା କୁନି । ପୋଲିସ କୁନି କୁ ନେଇ ଗୁଞ୍ଜୁସାହି ନିକଟସ୍ଥ ଜଙ୍ଗଲରୁ ମଙ୍ଗଲଙ୍କ ଗଳିତ ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.