ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି । କଥା କଥାକେ ଫୁଟୁଛି ଗୁଳି । ଆମେରିକାରେ ଗୁଳିକାଣ୍ଡର ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି । ସୋମବାର ସକାଳେ ଇଣ୍ଡିଆନାରେ ଗୁଳି ଫୁଟିଥିବା ଜଣାପଡିଛି, ଯେଉଁଥିରେ ଅତି କମରେ ୪ ଜଣଙ୍କୁ ମୃତ୍ୟୁ ହୋଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ୨ ଜଣ ଆହତ ହୋଇଥିବା କୁହାଯାଉଛି । ଏହି ଘଟଣା ଗ୍ରୀନୱାଡ ପାର୍କ ମଲରୁ ଆସିଛି, ଯେଉଁଠାରେ ରାଇଫଲ ସହିତ ସଶସ୍ତ୍ର ବନ୍ଧୁକଧାରୀ ଖାଦ୍ୟ କୋର୍ଟରେ ପ୍ରବେଶ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ । ହଠାତ୍ ସେଠାରେ ପରିସ୍ଥିତି ଅଣାୟତ ହୋଇଯାଇଥିଲା ।
ଘଟଣା ସମୟରେ କିଛି ଲୋକ ଅଭିଯୁକ୍ତଙ୍କ ନିକଟରୁ ରାଇଫଲ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ । ତାଜା ରିପୋର୍ଟ ଅନୁସାରେ, ଏହି ଗୁଳିକାଣ୍ଡରେ ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଛି । ଏଥି ସହିତ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରି ତଦନ୍ତ ଆରମ୍ଭ କରିଛନ୍ତି । କିଏ ଓ କ’ଣ ପାଇଁ ଏହି ଗୁଳିଚାଳନା କରିଥିଲା, ତାର କାରଣ ଜଣାପଡ଼ିନାହିଁ । ତଦନ୍ତ ଜାରି ରହିଛି ।