ମାନିବାକୁ ପଡ଼ିବ ରସିକପଣକୁ: ୧୪ ନୁହେଁ ୧୭ ସ୍ତ୍ରୀର ସ୍ୱାମୀ ଥିଲେ ଏହି ନକଲି ଡାକ୍ତର, ଉଚ୍ଚା ଦରମା ଥିବା ଝିଅଙ୍କୁ ଫସଉଥିଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୧୪ ନୁହେଁ ୧୭ ସ୍ତ୍ରୀଙ୍କ ସ୍ୱାମୀ ଥିଲେ ନକଲି ଡାକ୍ତର । ଠକ ରମେଶ ସ୍ୱାଇଁ ଗୌହାଟୀର ଜଣେ ଡାକ୍ତର । ଓଡିଶାର ଜଣେ ଉଚ୍ଚ ଶିକ୍ଷିତା , ଛତିଶଗଡ଼ର ଜଣେ ଚାଟେର୍ଡ ଆକାଉଣ୍ଟାଣ୍ଟଙ୍କୁ ବିବାହ କରିଥିଲେ ।ଆଗକୁ ଆହୁରି ତାଲିକା ଲମ୍ବିପାରେ, ତେଣୁ
ସମସ୍ତଙ୍କ ସହ ଯୋଗ କରି ତଦନ୍ତ କରିବୁ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ରମେଶକୁ ଲୋକଙ୍କୁ ଠକିବା ଓ ମହିଳାଙ୍କ ଇଜ୍ଜତ ସହ ଖେଳିବା ଭଳି ମାମଲାର ଦଫା ଲଗାଇ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି।

ସେପଟେ ରମେଶଙ୍କ ଘଟଣାର ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ।
ଟିମରେ ମହିଳା ଥାନା ଆଇଆଇସିଙ୍କ ସହ ୨ ଜଣ ସଵଇନିସ୍ପେକ୍ଟର , ଜଣେ ଏନ ଜିଓ କାଉନସିଲର ସାମିଲ ରହିବେ।
ବହୁତ ମହିଳା ଘଟଣା ସମ୍ପର୍କରେ ଜାଣିବା ପରେ ବିଚଳିତ ଅଛନ୍ତି ।ସମସ୍ତଙ୍କୁ ଯୋଗାଯୋଗ କରି ତଦନ୍ତ ହେବ ।

ଜଗତସିଂହପୁର ଜଣେ ବ୍ୟକ୍ତିଙ୍କ ଅନୁସାରେ ଗତ କିଛି ମାସ ଭିତରେ MBBS କରିବେ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଛି । ପାତ୍ରପଡାରେ ୨୦୨୧ରେ ନକଲି ପରିଚୟ ଦେଇ ଭଡାରେ ରହୁଥିବା ନେଇ ମହିଳା ଥାନାରେ ମାମଲା ହୋଇଛି ।ରମେଶଙ୍କୁ ରିମାଣ୍ଡରେ ଅଣାଯିବ ବୋଲିସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାସଙ୍କର ଦାସ।

Leave A Reply

Your email address will not be published.