ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରୁ ନକଲି ଡାକ୍ତର ଗିରଫ ଘଟଣା । ପୋଲିସର ସ୍ୱତନ୍ତ୍ର ଟିମ ୩ ଦିନ ହେବ ଜେରା କରି ବହୁ ତଥ୍ୟ ହାସଲ କରିଛି । ଘରୁ ମିଳିଥିବା ଦସ୍ତାବିଜ ଏବଂ ମୋବାଇଲକୁ ନେଇ ତଦନ୍ତ ଚାଲିଛି ।ଜଣେ ଡ୍ରାଇଭରଙ୍କ ଠାରୁ ୬୦ ହଜାର ଟଙ୍କା ନେଇଥିଲା ।ପରବର୍ତ୍ତୀ ସମୟରେ ୩୦ ହଜାର ଟଙ୍କା ଡ୍ରାଇଭରଙ୍କୁ ଫେରାଇ ଥିଲା ଠକ ଡାକ୍ତର । ଆଉ ୩୦ ହଜାର ନଫେରାଇ ପାରିବାରୁ ଏକ୍ସପାରି ମେଡ଼ିସିନ ଦେଇ ଡ୍ରାଇଭରଙ୍କୁ ଠକିଥିଲା ।
ନକଲି ଡାକ୍ତରର ପୈତୃକ ଘରୁ ମିଳିଥିବା ସୂଚନା ଅନୁସାରେ ରମେଶ ହାଇସ୍କୁଲରେ ପାଠ ପଢୁଥିଲେ । ଦଶମ ପଢିବା ପରେ ଗାଁରେ ରହି ଚାଷ କରୁଥିଲେ। ତା ପରେ ସେ କେଉଁ ଆଡେ ଚାଲିଗଲେ ତାହାର ପତ୍ତା ମିଳିଲା ନାହିଁ । ସେତେବେଳେ ଶୁଣାଯାଇଥିଲା କି ସେ କାଉଁରୀ କାମାକ୍ଷା ନଗରକୁ ଚାଲିଯାଛନ୍ତି।
ରମେଶଙ୍କ ବାପା କ୍ଷେତ୍ରବାସୀ ସ୍ବାଇଁ ବଞ୍ଚିଥିବା ବେଳେ ୧୯୭୯ ମସିହାରେ ପାଖ ଗାଁ ଛକନାରେ ବିବାହ କରାଇଥିଲେ। ତାଙ୍କର ଦୁଇ ପୁଅ ଗୋଟିଏ ଝିଅ ଅଛନ୍ତି । ସେମାନେ ବି ରମେଶଙ୍କ ଠାରୁ ଅଲଗା ହୋଇ ବାହାରେ ରହୁଛନ୍ତି । ନିଜ ଗାଁକୁ କେବେ ଆସନ୍ତି ନାହିଁ ।
ରମେଶ କଟକ ଜିଲ୍ଲା ତରାସ ବଜାରରେ ପ୍ରଥମେ ୧୯୮୨ ମସିହାରେ ପାଥୋଲୋଜି କେନ୍ଦ୍ର ଖୋଲି ଥିଲେ। ସେଠାରେ ବ୍ୟବସାୟ ନଚାଲିବାରୁ କେନ୍ଦ୍ରାପଡାରେ ଖୋଲି ଥିଲେ। ସେଠାରେ ବି ସମାନ ଅବସ୍ଥା ହେଲା । ତେଣୁ ୧୯୮୫ ମସିହାରେ ସେ କେଉଁ ଆଡେ ଚାଲିଗଲେ। ପରେ ସ୍ଥାନୀୟ ଲୋକ ଜାଣିବାକୁ ପାଇଲେ ଯେ ସେ କାମାକ୍ଷା ନଗରରେ ନିଜର ଆସ୍ଥାନ ଜମାଇଛନ୍ତି।
ରମେଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଥିବା ତଥ୍ୟ ଅନୁସାରେ ତଦନ୍ତ କରିବ ପୋଲିସ ।ଆବଶ୍ୟକ ପଡ଼ିଲେ ଗାଁ କେନ୍ଦ୍ରାପଡାକୁ ଯାଇ ଯାଞ୍ଚ କରିବା ସହ ପାରାଦୀପ ଓ ଢେଙ୍କାନାଳରେ ମଧ୍ୟ ରେଡ଼ କରିବ । ଗତକାଲି ହସ୍ପିଟାଲରେ ଚାକିର କରେଇ ଦେବା କହି ୧୧ ଲକ୍ଷ ଠକେଇ କରିଥିବା ଅଭିଯୋଗ ହୋଇଥିଲା ।
ରିମାଣ୍ଡ ରୁ ମିଳିଲା କଣ?
ବିଶେଷ ସୂତ୍ର ଅନୁସାରେ ଭୁବନେଶ୍ୱରରୁ ତିନୋଟି କାର ଏବଂ ପଞ୍ଜାବରୁ ଗୋଟିଏ କାର ସନ୍ଧାନ ପାଇଛି ପୋଲିସ ।କେରଳର ଜଣେ ସେନା ଅଧିକାରୀଙ୍କ ଝିଅକୁ ମେଡ଼ିକାଲ ଆଡ଼ମିଶନ କରେଇ ଦେବା ନାଁ ରେ ୨୧ ଲକ୍ଷ ଟଙ୍କା ଠକିଥିବା ତଦନ୍ତ ବେଳେ ଜଣା ପଡ଼ିଛି ।ଖୁବ ଶୀଘ୍ର କେରଳର ଏକ ଥାନାରେ ସେନା ଅଧିକାରୀ ଜଣକ ଲିଖିତ ଅଭିଯୋଗ କରିବେ । ଠକେଇ ବାବଦରେ ରମେଶଙ୍କ ଜେରା କରୁଥିବା ସ୍ୱତନ୍ତ୍ର ଟିମର ପ୍ରଶ୍ନ ବେଳେ କାନ୍ଦି ପକେଇଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ ।