ଓଡିଆ ନ୍ୟୁଜ୍(ବ୍ୟୁରୋ): ଧରାପଡ଼ିଲା ଠକ । ନକଲି ଋଣ ଆପ୍ କରି ଠକୁଥିବା ନୀତିନ ମଲ୍ଲିକ ଗିରଫ । ଦିଲ୍ଲୀରୁ ଗିରଫ ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ଇଓଡବ୍ଲୁ । ଅନ୍ତର୍ଜାତୀୟ ରାକେଟ ସହ ନୀତିନର ସଂପର୍କ ରହିଛି । ରାକେଟର ମାଷ୍ଟରମାଇଣ୍ଡ ଚୀନରୁ ଅପରେଟ କରୁଛି । ଚୀନର ୩ ବଡ଼ ସଂସ୍ଥା ସହ ନୀତିନର ଲିଙ୍କ୍ ରହିଛି ବୋଲି ତଦନ୍ତରୁ ଜଣାପଡିଛି ।
ମାସକୁ ଭଲ ଦରମା ପାଉଥିଲା ନୀତିନ । ଠକ ନୀତିନ ଜାଲରେ ଫସିଥିଲେ ଶକ୍ତି ପ୍ରସାଦ ଦାସ । କ୍ରେଡିଟ ଗୋଲ୍ଡ ଆପ୍ ଡାଉନଲୋଡ କରି ଟଙ୍କା ହରାଇଥିଲେ ଶକ୍ତି । ତାଙ୍କ ଆକାଉଣ୍ଟରେ ୯ହଜାର ଟଙ୍କା କ୍ରେଡିଟ ହୋଇଥିଲା । ଏହାପରେ ତାଙ୍କୁ ୧୫ ହଜାରରୁ ଅଧିକ ଟଙ୍କା ଦେବାକୁ ଦାବି କରି ତାଙ୍କୁ ହଇରାଣ କରୁଥିଲେ । ଏନେଇ ଭୁବନେଶ୍ୱର ଇଓଡବ୍ଲୁରେ ଶକ୍ତିପ୍ରସାଦ ଅଭିଯୋଗ କରିଥିଲେ ।.