ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଜ୍ୟର ମେରୁଦଣ୍ଡ ହେଉଛନ୍ତି ଚାଷୀ ।ଏହା ହେଉଛି କୃଷକ ପ୍ରଧାନ ରାଜ୍ୟ ।କୃଷି ଉପରେ ନିର୍ଭର କରନ୍ତି ଅନେକ ଚାଷୀ କିନ୍ତୁ ଧାର କରଜ କରି କରିଥିବା ଚାଷ ନଷ୍ଟ ହେଉଥିବା ବେଳେ ଚାଷ ଅଧିକାରୀ ଓ ସରକାରୀ ଲୋକ ଚୁପ ।ପରିସ୍ଥିତି ଏଭଳି ହେଲାଣି କି ଚଡକ ପଡିଛି କ୍ଷେତରେ ଚାଷୀ ବସିଛି ହାତ ଦେଇ ମୁଣ୍ଡରେ ।ସାଲେପୁର ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତ ର ଉତ୍ରୋଳ ଗାଁ ରୁ ଚାଷ ଉପରେ ଏହି ରିପୋର୍ଟ ।
ସାଲେପୁର ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତ ଉତ୍ରୋଳ ଗାଁ ରେ ପ୍ରାୟ ୭୦ ଭାଗ ଲୋକ ଚାଷୀ ଓ ଚାଷ କରି ଚଳନ୍ତି ।ଏକର ଏକର ଚାଷ ଜମି ଅଛି ସିନା ହେଲେ ନାହିଁ ଜଳସେଚନର ସୁବିଧା ।କେନ୍ଦ୍ରାପଡା କେନାଲ ଓ ନୃତ୍ତାଙ୍ଗ ସବଡିଭିଜନ ଅନ୍ତର୍ଗତ ୧ ନଂ କେନାଲ ରୁ ଯେଙ ପାଣି ଆସୁଛି ତାହା ଚାଷ ପାଇଁ ନିଅଣ୍ଟ ।ଥରେ ନଜର ପକାନ୍ତୁ କିଭଳି ଜମି ଫାଠି ଆଉ କଲାଣି ଓ ଧାନ ଥୋଡ ବାହାରି କିଭଳି ଅବସ୍ଥାରେ ଅଛି ।ନାଳ କୁ ବି ଥରେ ଦେଖନ୍ତୁ ନା ସଫା ହେଇଛି ନା ପାଣି ଆସୁଛି ।ନାଳ ଶୁଖି ପଡିଆ ହୋଇପଡିଛି ।ଏପଟେ ନାଳ ସଫେଇ ନାଁ ରେ ଲକ୍ଷ ଲକ୍ଷ ବିଲ ହେଇ ଯାଉଛି ।ଥରେ ଚିନ୍ତା କରନ୍ତୁ ଏଭଳି ପରିସ୍ଥିତିରେ ଯେଙ ଚାଷୀ ଧାର କର ଜ କରି ଚାଷ କରିଥିଲା ସେ ଏବେ କଣ କରିବ ।ସାଲେପୁର ପଡିଆ କୁ ଫାଇପ ଟି ସଚିବ ଭିକେ ପାଣ୍ଡିଆନ ଆସିଥିଲେ ଓ ତାଙ୍କୁ ଲିଖିତ ଆ କାର ରେ ଦିଆହୋଇଥିଲା ଚାଷ ଓ ପାଣି ସମସ୍ୟା ଉପରେ ।
କହିଥିଲେ ସାତ ଦିନ ଭିତରେ ସମସ୍ୟା ସମାଧାନ ହୋଇଯିବ ।ସମାଧାନ ହେବା କଥା ଛାଡନ୍ତୁ ଏଠି ଚାଷୀ ଅଫିସ ଆଗରେ ବିଷ ଖାଇବା ଦଉଡି ଦେଇ ମରିବା ପାଇଁ କହିଲେଣି ।ପ୍ରତିଶୃତି କେବଳ ପାଣି ର ଗାଁ ସଦୃଶ ।ନା ଦିନକ ପାଇଁ ଚାଷୀ ଅଧିକାରୀ ଆସୁଛନ୍ତି ଚାଷୀଙ୍କ ପାଖକୁ କେବଳ ଚାଷୀ କଲେ ଉନ୍ନତି ରାଜ୍ୟ ହେବ ଉନ୍ନତି ବୋଲି ବଡବଡ ହୋଡିଂ ଓ ବ୍ଲକ ରେ କରମଶାଳା କରି ବାହାସ୍ଫୋଟ ମାରିବା ଭଳି ପ୍ରତିଶୃତି ସଦୃଶ ହୋଇଛି ।ଆଗାମୀ ଦିନରେ ଯଦି ଏହାର ପ୍ରତିକାର ନହୁଏ ଓ ଯଦି ଚାଷ ଉଜୁଡି ଯାଏ ତେବେ ଅନେକ ଚାଷୀଙ୍କ ସହିତ ଚାଷ ର କ୍ଷତି ହେବ ଏହା ସୁନିଶ୍ଚିତ ।