ମହାରାଷ୍ଟ୍ରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୫ ମୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିପରୀତ ଦିଗରୁ ଆସୁଥିବା ଏକ ବସ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି।ମହାରାଷ୍ଟ୍ରର ବୁଲଡାନାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।ସୂଚନା ଅନୁସାରେ, ବାଲାଜୀ ଟ୍ରାଭେଲ୍ସ କମ୍ପାନୀର ବସ ଅମରନାଥ ଯାତ୍ରାରୁ ହିଙ୍ଗୋଲି ଯାଉଥିଲା, ସେହି ସମୟରେ ରୟାଲ ଟ୍ରାଭେଲ୍ସ କମ୍ପାନୀର ବସ ନାଶିକ ଆଡକୁ ଯାଉଥିଲା।

ହିଙ୍ଗୋଲି ଅଭିମୁଖେ ଯାଉଥିବା ବସ ଜାତୀୟ ରାଜପଥ ୫୩ରେ ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଲା । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Leave A Reply

Your email address will not be published.