ଭୁବନେଶ୍ୱରରେ ଭୟଙ୍କର ସଡକ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଜ୍ୟରେ ଚାଲିଛି ଶୂନ୍ୟ ମୃତ୍ୟୁ ସପ୍ତାହ । ହେଲେ ଘଟୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଦୁର୍ଘଟଣା । ରାଜଧାନୀରେ ଥମିବାର ନାଁ ନେଉନି ସଡ଼କ ଦୁର୍ଘଟଣା । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଭୁବନେଶ୍ବରରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତା ଉପରେ ଛିଡା ହୋଇଥିବା ଗୋଟିଏ ଟ୍ରକକୁ ପଛରୁ କାର୍ ଧକ୍କା ଦେବାରୁ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି ।

ପାହାଳ ମିଠା ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ସୁଶୀଲ କର ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି । ସୂଚନା ଥାଉକି, ଶନିବାର ଭୋରରୁ ଘଟିଛି ଦୁର୍ଘଟଣା । ପାଖାପାଖି ରାତି ୩ଟାରେ ପାହାଳ ଥାନା ଅଂଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୧୬ ନମ୍ବର ଜାତୀୟ ରାଜପଥ ଉପରେ ହୋଇଥିବା ଏହି ଦୁର୍ଘଟଣାରେ ଏକ ସଙ୍ଗେ ଯାଇଛି ତିନୋଟି ଜୀବନ ।କହିବାକୁ ଗଲେ କଟକ ପଟୁ ଆସୁଥିବା ମାରୁତି ଡିଜାର କାର୍ ଟ୍ରକ୍ ସହ ଜୋରଦାର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କାର୍ ଡ୍ରାଇଭର ସମେତ ତିନିଜଣଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ପାହାଳ ପୁଲିସ୍ ପହଞ୍ଚି ରାସ୍ତା କ୍ଲୀୟର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ବର୍ତ୍ତମାନ ଶୂନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫଟାଲିଟି ୱିକ୍ ପାଳନ ଜାରି ରହିଛି । ହେଲେ ଏହାର ପ୍ରଭାବ ପଡିବା ବଦଳରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ୨୯ ତାରିଖରେ ସହିଦ ନଗର‌ ଥାନା ବାଣୀ ବିହାର‌ ଓଭର‌ବ୍ରିଜରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ରସୁଲଗଡ଼ର ଜଣେ ଇଞ୍ଜିନିୟରିଂ ଛାତ୍ର ପ୍ରାଣ ହରାଇଥିଲେ । ଏହାପୂର୍ବରୁ ୨୭ ନଭେମ୍ବରରେ ପାହାଳ ଥାନା ତ୍ରିନାଥ ବଜାର ନିକଟରେ ଏକ ଟ୍ରାକ୍ଟର ଚଢିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପରି ଭାବେ ରାଜଧାନୀରେ ଗତ ୧୦ ଦିନରେ ୬ଟି ମୁଣ୍ଡ ଗଡିଲାଣି ।

Leave A Reply

Your email address will not be published.