କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣାରେ ମହିଳା ଆଟେଣ୍ଡାଣ୍ଟ ସସ୍‌ପେଣ୍ଡ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାରେ ଗାଇନିଂ ୱାର୍ଡର ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ। ଦାୟିତ୍ୱରେ ଅବହେଳା ପାଇଁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ରହିଛି। ଶିଶୁ ଅଦଳବଦଳ ଘଟଣାରେ ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି କ୍ୟାପିଟାଲ ନିର୍ଦ୍ଦେଶକ କହିଛନ୍ତି। ସେ ଆହୁରି କହିଛନ୍ତି, ନବଜାତର ବାପାଙ୍କୁ ଖବର ଦେଇଥିବା ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟାନ୍ତର ହୋଇଛି। ଗଠିତ କମିଟିର ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଭୁଲ ବୁଝାମଣା ଯୋଗୁ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।  ଶିଶୁ ଜନ୍ମ ହେବା ପରେ ରଖାଯାଇଥିବା ସମସ୍ତ ପ୍ରମାଣ ଝିଅ ଦର୍ଶାଉଛି। ଶିଶୁ ଜନ୍ମ ହେବା କ୍ଷଣି ଶିଶୁର ମାଆକୁ ସୂଚନା ଦିଆଯାଇଥିଲା।

ଶିଶୁର ପିତା ଝିଅ ଗ୍ରହଣ କରିବାକୁ ରାଜି ନ ଥିବାରୁ ପୁଲିସ ପଦକ୍ଷେପ ନେବ।, ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ।  ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ ତାଙ୍କ ଛୁଆ ଅଦଳବଦଳ ହୋଇଥିବା ଗତକାଲି ଅଭିଯୋଗ କରିଥିଲେ। ତାଙ୍କୁ ପ୍ରଥମେ ପୁଅ ହୋଇଥିବା ନର୍ସ କହିଥିଲେ। ପରେ ଶିଶୁକନ୍ୟାକୁ ଆଣି ଦେଇଥିଲେ।  ମୋର ପୁଅ ହୋଇଥିଲା, ଝିଅ କ’ଣ ଦେଲେ ବୋଲି ନର୍ସଙ୍କୁ  ପ୍ରାଣକୃଷ୍ଣ  ପ୍ରଶ୍ନ କରିଥିଲେ। ହେଲେ ସେ କିଛି ନ କହି ପଳାଇ ଯାଇଥିଲେ। କିଛି ସମୟ ପରେ ତୁମର ଝିଅ ହୋଇଛି ବୋଲି ଡାକ୍ତର କହିଥିଲେ। ନର୍ସ ଭୁଲରେ ପୁଅ ହୋଇଛି ବୋଲି କହିଥିଲେ। ପ୍ରାଣକୃଷ୍ଣ ଏନେଇ କ୍ୟାପିଟାଲ ନିର୍ଦ୍ଦେଶକ ଓ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.