ଫେରାର ଅଭିଯୁକ୍ତ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫେରାର ଅଭିଯୁକ୍ତ ଗିରଫ | ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମହୁମୁହାଣ ଖଞ୍ଜାମହଲ ପାହାଡ଼ର ଏକ ବେଆଇନ ଖାଦାନରୁ ପଥର ଉଠାଣକୁ ନେଇ ୧୩ ତାରିଖ ରାତିରେ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଭୁଜାଲି ମାଡ଼ ଘଟଣାରେ ସୋର ପୁଲିସ୍ ଆଜି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ବହୁଦିନରୁ ବନ୍ଦ୍ ହୋଇପଡିଥିବା ଖଞ୍ଜାମାହାଲ ପାହାଡ଼ରେ ଏକ ବେଆଇନ ପଥର ଉଠାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏହି ଗଣ୍ଡଗୋଳ ବେଳେ ଭୁଜାଲି ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇ କଟକରେ ଚିକିତ୍ସାଧୀନ ଅଛନ୍ତି।

ଏ ବାବଦରେ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଥିଲା। ପୁଲିସ୍ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ସଂପୃକ୍ତ ଥିବା କେଶରୀପୁର ଗ୍ରାମର ଗୋପାଳକୃଷ୍ଣ ଦାସକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Comments are closed.