ସମ୍ବାଦ ଓ ଆମଓଡିଶା ତରଫରୁ ଓଡିଆ ଭାଷାସାହିତ୍ଯ ପ୍ରତିଯୋଗିତା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ବାଦ ଓ ଆମଓଡିଶା ତରଫରୁ ଓଡିଆ ଭାଷାସାହିତ୍ଯ ପ୍ରତିଯୋଗିତା ଅନୁଷ୍ଠିତ |ଓଡିଆ ଭାଷା ଓ ସାହିତ୍ଯକୁ ସମୁଚ୍ଚିତ ଉନ୍ନତି ସାଧନର ପ୍ରୟାସ ଜାରି ରଖିଛି ଦୈନିକ ସମ୍ବାଦ ପତ୍ର ଓ ଆମ ଓଡିଶା | ପ୍ରତିବର୍ଷ ପରି ଏବର୍ଷ ମଧ୍ଯ ଓଡିଆ ଭାଷାଜ୍ଞାନ , ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା ପରିଚାଳନା କରି ଓଡିଶାରେ ରହିଥିବା ଲୁକାୟିତ ପ୍ରତିଭାମାନଙ୍କୁ ସମାଜ ଆଇନାକୁ ଆଣିବାକୁ ସକ୍ଷମ ହୋଇପାରିଛି | ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରସ୍ତ ରାଇରଙ୍ଗପୁର ଉଚ୍ଚ ବିଦ୍ଯାଳୟ ଠାରେ ସମ୍ବାଦ ଓ ଆମ ଓଡିଶା ତରଫରୁ ଓଡିଆ ଭାଷାଜ୍ଞାନ, ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାରକାନ୍ତ ମହାନ୍ତଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ପ୍ରାୟ ଦୁଇଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ଉକ୍ତ ପ୍ରତିଯୋଗିତାରେ ସନସାଇନ ସ୍କୁଲ, କେନ୍ଦ୍ରିୟ ବିଦ୍ଯାଳୟ, ରାଇରଙ୍ଗପୁର ଗାର୍ଲସ୍ ହାଇସ୍କୁଲ, ରାଇରଙ୍ଗପୁର ହାଇସ୍କୁଲ, ରିଚାର୍ଡ ମିଶନ ସ୍କୁଲ, ଅରବିନ୍ଦ ସ୍କୁଲ, ଲିଟିଲ ପ୍ଲାୱାର ସ୍କୁଲ, କସମସ୍ ଇନଟେନେସ୍କାଲ ସ୍କୁଲ, ସ୍ପର୍ଶ ପବ୍ଲିକ୍ ସ୍କୁଲ ଓ ପିସିଏମ ୟୁଜିୟୁପି ସ୍କୁଲ ର ପ୍ରତିଯୋଗୀ ଯୋଗଦେଇଥିଲେ | ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ଡକ୍ଟର ଦିଗମ୍ବର ଗିରି, ତିମିର ରଂଜନ ପଣ୍ଡା, ପ୍ରଣବ କୁମାର ମହାନ୍ତ, ସାର୍ଥକ ପଣ୍ଡା, ଦିଲ୍ଲୀପ କୁମାର ମହାନ୍ତି, ରଂଜନ କୁମାର ନନ୍ଦ, ସୁରେନ୍ଦ୍ର ନାଥ ରାଜ, ବିଜୟ କୁମାର ରାମ, ମଳୟ କୁମାର ଦାସ ଓ ଶ୍ଯାମଳେନ୍ଦୁ ପରିଡା ପ୍ରମୁଖ ସାହାଯ୍ଯ ଓ ସହଯୋଗ କରିଥିଲେ |

ପ୍ରତିଯୋଗୀମାନଙ୍କ ମଧ୍ଯରୁ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ପ୍ରିୟାଂଶୁ ପ୍ରିୟଦର୍ଶୀ ବେହେରା,ପଞ୍ଚମ ଶ୍ରେଣୀ, କେନ୍ଦ୍ରିୟ ବିଦ୍ଯାଳୟ, ରାଇରଙ୍ଗପୁର ଦ୍ବିତୀୟ ସ୍ଥାନ ଜୟଦୀପ ମହାନ୍ତ,ପଞ୍ଚମ ଶ୍ରେଣୀ କେରଳା ପବ୍ଲିକ୍ ସ୍କୁଲ, ରାଇରଙ୍ଗପୁର ଓ ତିନୀୟ ରତ୍ନଜ୍ଯୋତି ରାଜ୍, ପଞ୍ଚମ ଶ୍ରେଣୀ, ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ରାଇରଙ୍ଗପୁର, ଓଡିଆ ଭାଷାଜ୍ଞାନରେ ପ୍ରଥମ ସ୍ଥାନ ମିନାକ୍ଷୀ ମହାନ୍ତ, ଦଶମ ଶ୍ରେଣୀ, ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର , ରାଇରଙ୍ଗପୁର , ଦ୍ବିତୀୟ ସ୍ଥାନ ମୌସୁମୀ ବେହେରା, ନବମ ଶ୍ରେଣୀ ଓ ତିନିୟ ସ୍ଥାନ ବିଜୁମଣୀ ହାଁସଦାଃ, ନବମ ଶ୍ରେଣୀ, ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର, ରାଇରଙ୍ଗପୁର, ତଥା ଓଡିଆ ହସ୍ତାକ୍ଷର ରେ ପ୍ରଥମ ସ୍ଥାନ ତୁଷାନ୍ତ ଗୋପ, ଅଷ୍ଠମ ଶ୍ରେଣୀ, ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟ, ରାଇରଙ୍ଗପୁର, ଦ୍ବିତୀୟ ସ୍ଥାନ ରାଇସେନ ହାଁସଦାଃ, ଅଷ୍ଠମ ଶ୍ରେଣୀ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟ ଓ ତିନିୟ ସ୍ଥାନ ଦଶରଥ ଟୁଡୁ ଅଷ୍ଠମ ଶ୍ରେଣୀ , ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟ ରାଇରଙ୍ଗପୁର, ଅଧିକାରପ୍ରାପ୍ତ କରିଥିଲେ | ସେମାନଙ୍କୁ ଆକର୍ଷଣୀୟ ପୁରସ୍କାର ସମ୍ବାଦ ଓ ଆମ ଓଡିଶା ଆନୁକୂଲ୍ଯରେ ପ୍ରଦାନ କରାଯାଇଥିଲା |

Leave A Reply

Your email address will not be published.