ଫିଲ୍ମ ପ୍ରଯୋଜକ ରବୀନ୍ଦ୍ର ସାହୁଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍: ଓଲିଉଡ୍‌ ଫିଲ୍ମ ପ୍ରଯୋଜକ ତଥା ସମାଜସେବୀ ରବୀନ୍ଦ୍ର ସାହୁଙ୍କ ପରଲୋକ।ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖିବୁଜିଲେପରଲୋକରେ ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖିବୁଜିଛନ୍ତି ରବିନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ରବିନ୍ଦ୍ରଙ୍କ ମୃତ୍ୟୁ ଖବର ଶୁଣି ଓଲିଉଡ ଖେଳିଯାଇଛି ଶୋକର ଛାୟା ।

ରବିନ୍ଦ୍ର ସାହୁ ଓଲିଉଡ୍‌ର ଜଣେ ବରିଷ୍ଠ ପ୍ରଯୋଜକ ଭାବେ ବେଶ୍‌ ଜଣାଶୁଣା ଥିଲେ । ପ୍ରଥମ ଓଡ଼ିଆ ଛବି ଥିଲା ‘ଏଇ ତ ଦୁନିଆ’ । ଶ୍ରୀବଳଦେବଜୀଉ ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମକୁ ନିର୍ମାଣ କରାଯାଇଥିଲା । ଯାହାର ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମହସୀନ୍‌ । ଏଥିରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅପରାଜିତା, ଅଜିତ ଦାସ, ମହିରି ଦାସ, ମହମ୍ମଦ ମହସୀନ୍‌, ଅନୀତା ଦାସ, ଅପରାଜିତ, ଦେବୁ ବୋଷ, ନରି ଆଦି ଅଭିନୟ କରିଥିଲେ । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ରବିନ୍ଦ୍ର କ୍ରମାଗତ ଭାବେ ସିନେମା ନିର୍ମାଣ କରିଚାଲିଥିଲେ ।

Leave A Reply

Your email address will not be published.