ଓଡ଼ିଆ ନ୍ୟୁଜ୍: ଓଡ଼ିଶାକୁ ପୁଣି ଆସିବ ପୁଞ୍ଜି । ହାଇଦ୍ରାବାଦରେ ହେବାକୁ ଯାଉଛି ଇନ୍ଭେଷ୍ଟର୍ସ ମିଟ୍ । ଆସନ୍ତା ୧୮ ଓ ୧୯ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଯାଉଛି ଇନ୍ଭେଷ୍ଟର୍ସ ମିଟ୍ । ଯେଉଁଥିରେ ବିଭିନ୍ନ ଶିଳ୍ପପତିମାନଙ୍କ ସହିତ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରାଯିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି ।
ସେହିପରି ଏହି ଇନଭେଷ୍ଟର୍ସ ମିଟ୍ ଅବସରରେ ବିଶାଳ ରୋଡ୍ ଶୋ’ର ଆୟୋଜନା କରାଯିବାକୁ ଯୋଜନା ରଖାଯାଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପ ବିଭାଗର ଟିମ୍ ସାମିଲ ହେବେ । ଓଡ଼ିଶାକୁ କିପରି ଅଧିକ ନିବେଶ ଆସିବ, ସେଦିଗରେ କାର୍ଯ୍ୟ କରୁଛି ଟିମ୍ ଓଡ଼ିଶା ।