ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ବଡ ଆଶ୍ବସ୍ତି । ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜାମିନ । ଦିଲ୍ଲୀର ରଉସ୍ ଆଭେନ୍ୟୁ କୋର୍ଟରୁ ତାଙ୍କୁ ଜାମିନ ମିଳିଛି । କେଜରିୱାଲଙ୍କୁ ୧ ଲକ୍ଷ ଟଙ୍କାର ବେଲ ବଣ୍ଡରେ ଜାମିନ୍ ମିଳିଛି। ଆସନ୍ତାକାଲି ସେ ଜେଲରୁ ଜାମିନରେ ମୁକୁଳିବେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅର୍ଥ ତୋଷାରପାତ ଅଭିଯୋଗରେ କେଜରିୱାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଏହା ପୂର୍ବରୁ ଗତ ସାଧାରଣ ନିର୍ବାଚନ ବେଳେ ସୁପ୍ରିମକୋର୍ଟ ତାଙ୍କୁ ଗୋଟିଏ ଥର ଅନ୍ତରୀଣ ଜାମନ୍ ମଧ୍ୟ ପ୍ରଦାନ କରିଥିଲେ। କେଜ୍ରିୱାଲଙ୍କ ଓକିଲମାନେ ଆଜି ପରେ କୋର୍ଟରେ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ ଦାଖଲ କରିବେ। ଏହାପରେ ତାଙ୍କୁ ତିହାର ଜେଲରୁ ମୁକ୍ତ କରାଯିବ; ଯେଉଁଠାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ ଜୁନ୍ ୨ରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜି ୪ଟା ସମୟରେ ହାଇ-ସୁରକ୍ଷା କାରାଗାରକୁ ଯିବାର ସମ୍ଭାବନା ରହିଛି।
ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କହିଛି ଯେ ଯଦି ସେ ଜେଲରୁ ବାହାରକୁ ଯାଆନ୍ତି ତେବେ ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋଙ୍କ ମୁକୁଳିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ। କେଜ୍ରିୱାଲଙ୍କୁ ମୁକ୍ତ କରିବା ପୂର୍ବରୁ କୋର୍ଟ କିଛି ସର୍ତ୍ତ ରଖିଥିଲେ, ସର୍ତ୍ତଗୁଡ଼ିକ ହେଉଛି ସେ ତଦନ୍ତରେ ବାଧା ସୃଷ୍ଟି କରିବେ ନାହିଁ କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ। ଯେତେବେଳେ ବି ଆବଶ୍ୟକ ହୁଏ କୋର୍ଟରେ ହାଜର ହେବାକୁ ଏବଂ ତଦନ୍ତରେ ସହଯୋଗ କରିବାକୁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।