ଯୋଗମୁଦ୍ରାରେ ବୀର ଯବାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ଏହି ଅବସରରେ ଲେହର ପାଙ୍ଗଙ୍ଗ ଶୋ’ରେ ଆଇଟିବିପି ଯବାନମାନେ ଯୋଗ କରିଛନ୍ତି। ୧୪ ହଜାର ଫୁଟ୍‌ ଉଚ୍ଚତାରେ ଯୋଗ କରି ସେମାନ ନିଜର ପରାକାଷ୍ଠା ଖୋଇଛନ୍ତି। ଯୋଗ ଦିବସରେ ଏଥରର ଥିମ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଦେଶ ସୁରକ୍ଷାର ଜାଗ୍ରତ ପ୍ରହରୀ ସାଜିଥିବା ଭାରତୀୟ ସେନା ପକ୍ଷରୁ ପାଳିତ ହୋଇଛି ଯୋଗ ଦିବସ। ଜଳ, ସ୍ଥଳ ଓ ଆକାଶମାର୍ଗରେ ଯୋଗାଭ୍ୟାସ।

ଆଇଏନଏସ୍ ବିକ୍ରମାଦିତ୍ୟର ଏୟାରକ୍ରାଫ୍ଟ କ୍ୟାରିଅରରେ ଯୋଗ କରିଛନ୍ତି ସେନା ଅଧିକାରୀ ଓ କର୍ମଚାରୀ। ସେହିପରି ଜମ୍ମୁ କଶ୍ମୀର ବର୍ଡରରେ ଯବାନମାନେ ଯୋଗ କରିଛନ୍ତି। ଲେହ, ଲଦଖରେ ଆଇଟିପିବି ଯବାନମାନେ ଯୋଗ ଦିବସ ପାଳନ କରିଛନ୍ତି। ଲଦାଖର ପାଙ୍ଗୋଙ୍ଗ ସୁ ହ୍ରହ ନିକଟରେ ଭାରତୀୟ ଯବାନମାନେ ଯୋଗ କରିଛନ୍ତି । ଲଦାଖର ଶତ୍ରୁ ପକ୍ଷରୁ ଜଗିବା ସହ ଯୋଗାଭ୍ୟାସ କରିଛନ୍ତି । ଯବାନମାନେ ବିଭିନ୍ନ ମୁଦ୍ରାରେ ଯୋଗ କରୁଥିବା ଦେଖିବାକୁ ମିଳିଛି । ସୀମାରୁ ଯୋଗ ଦ୍ବାରା ଫିଟ୍‌ ରହିବାର ସୂତ୍ର ଦେଶବାସୀଙ୍କୁ ଦେଇଛନ୍ତି ଯବାନ । ଯୋଗ ଦିବସର ଆରମ୍ଭ ୨୦୧୫ ମସିହାରେ ହୋଇଥିଲ। ।

୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ସଂଯୁକ୍ତ ରାଷ୍ଟ୍ର ସମ୍ମୁଖରେ ଭାରତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ରଖିଥିଲା। ଉକ୍ତ ପ୍ରସ୍ତାବକୁ ୧୭୭ ଦେଶର ସମର୍ଥନ ମିଳିଥିଲା। ଏହାପରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ୟୁଏନ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଥିଲା। ଏହାପରଠୁ ଜୁନ୍‌ ୨୧କୁ ପ୍ରତି ବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ବିଶ୍ୱର ବିଭିନ୍ନ ଦେଶରେ ପାଳନ କରାଯାଉଛି।

Leave A Reply

Your email address will not be published.