ଚୀନରେ ଆର୍ଥିକ ସଙ୍କଟ: ୧୦ ହଜାର କର୍ମଚାରୀ ଛଟେଇ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କରୋନା ପରେ ଚୀନର ଆର୍ଥିକ ଅବସ୍ଥା ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଛି । ଚୀନ୍ରେ ଅଧିକାଂଶ ବୃହତ୍ ବ୍ୟାବସାୟିକ ପ୍ରତିଷ୍ଠାନ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଚୀନ୍ର ଖ୍ୟାତନାମା କମ୍ପାନୀ ଆଲିବାବା ଗତ ଜୁନ୍ ମାସରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି।

କେବଳ ସେତିକି ନୁହେଁ, ଗତ ୬ମାସ ମଧ୍ୟରେ ଏହି କମ୍ପାନୀ ନିଜର ୧୩ ହଜାର କର୍ମଚାରୀଙ୍କୁ ଛଟେଇ କରି ସାରିଲାଣି। ଏବେ ଏହି ସଂସ୍ଥାରେ ୨,୪୪୫,୭୦୦ ଜଣ କର୍ମଚାରୀ କାମ କରୁଛନ୍ତି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି।

Leave A Reply

Your email address will not be published.