ସାହାରା ଇଣ୍ଡିଆ ଜମାକାରୀଙ୍କୁ ମିଳିବ ଟଙ୍କା, କିପରି ପାଇବେ ଜାଣନ୍ତୁ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ସାହାରା ଚିଟଫଣ୍ଡରେ ଟଙ୍କା ଜମା ରଖିଥିବା କ୍ଷତିଗ୍ରସ୍ତ ତାଙ୍କ ଟଙ୍କା ଫେରିପାଇବେ।କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରୁଛନ୍ତି ବ୍ୟବସ୍ଥା। ଆଜି ଗୃହମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିବେ। ଦିଲ୍ଲୀରେ ଅଟଳ ଉର୍ଜା ଭବନରେ ଏହାର ଶୁଭାରମ୍ଭ ହେବ। ଉନ୍ମୋଚନ ହେବାକୁ ଥିବା ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେସେ ବାବଦରେ ଉଲ୍ଲେଖ ରହିଛି। ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନକରି ଜମାକାରୀ ନିଜଟଙ୍କା ପାଇଁଦାବି କରିବେ। ଦେଶର ଅନେକ ଲୋକଙ୍କ ଟଙ୍କା ସାହାରାରେ ଫଶି ରହିଛି।

ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ଜମାକାରୀ ଟଂକା ଫେରିପାଇ ନାହାନ୍ତି। ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକର ଲୋକ ସାହାରା ଇଣ୍ଡିଆରେ ଅଧିକାଂଶ ଜମାକରିଛନ୍ତି। କିଭଳି ବୁଡି ଯାଇଥିବା ଟଙ୍କା ଫେରିପାଇବେ ସେ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଅପିଲ କରିଥିଲେ।

ରିଫଣ୍ଡ ପୋର୍ଟାଲ ଜରିଆରେ ପ୍ରଥମେ ସେହି ଜମାକାରୀଙ୍କ ଟଙ୍କା ମିଳିବ ଯେଉଁମାନଙ୍କର ନିବେଶର ଅବଧି ଶେଷ ହୋଇ ସାରିଛି । ଏହି ପୋର୍ଟାଲରେ ନିବେଶକ ପ୍ରଥମେ ନିଜ ନାଁ ପଞ୍ଜିକରଣ କରିବେ ଏବଂ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଦେବେ । ଯାଞ୍ଚ ପରେ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏହି ଯାଞ୍ଚ ପ୍ରକ୍ରିୟା ୩୦ ଦିନ ମଧ୍ୟରେ ଶେଷ ହେବ । ଏହାପରେ ଅନଲାଇନ ଜରିଆରେ ଟଙ୍କା ଉଠାଣ ପାଇଁ ଏସଏମଏସ ଜରିଆରେ ୧୫ ଦିନ ମଧ୍ୟରେ ସୂଚିତ କରାଯିବ । ଏହାପରେ ବ୍ୟାଙ୍କ ଖାତାକୁ ନିବେଶ ରାଶି ଆସିଯିବ । ଅଥାର୍ତ ଏହି ପ୍ରକ୍ରିୟା ପାଇଁ ଆବେଦନ କରିବା ପରେ ଜମାକାରୀଙ୍କୁ ୪୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.