ଓଡ଼ିଆ ନ୍ୟୁଜ୍: ପୁଣି ମହାକୁମ୍ଭରେ ଘଟିଛି ଅଗ୍ନିକାଣ୍ଡ। ସେକ୍ଟର ୨୨ ଛତନାଗ ଝୁଁସୀରେ ନିର୍ମିତ ଟେଣ୍ଟ ସିଟିରେ ଗୁରୁବାର ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଲୋକ କିଛି ବୁଝିବା ଆଗରୁ ନିଆଁ ଭୟଙ୍କର ରୂପ ଧାରଣ କରିଛି। ଟେଣ୍ଟ ସିଟିର ୧୨ରୁ ଅଧିକ ତମ୍ବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସୌଭାଗ୍ୟବଶତଃ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଛି। ଏହା ପୂର୍ବରୁ ଜାନୁଆରୀ ୧୯ ତାରିଖରେ ମହାକୁମ୍ଭରେ ଅଗ୍ନିକାଣ୍ଡ ଘଟିଥିଲା।
୧୯ ନମ୍ବର ସେକ୍ଟରସ୍ଥିତ ଗୋଟିଏ ତମ୍ବୁରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବାରୁ ନିଆଁ ଲାଗିଥିଲା। ଆଖି ପିଛୁଳାକେ ଏହି ନିଆଁ ପାର୍ଶ୍ବବର୍ତ୍ତୀ ତମ୍ବୁଗୁଡିକୁ ବ୍ୟାପିଥିଲା। ଏଥିଯୋଗୁଁ ପ୍ରାୟ ୧୮ଟି ତମ୍ଭୁ ପୋଡି ପାଉଁଶ ହୋଇଯାଇଥିବା ଆୟୋଜକ କମିଟି ପକ୍ଷରୁ କୁହାଯାଇଥିଲା।