ଚାଲୁଥିବା ବେଳେ ମୋ ବସରେ ଲାଗିଲା ନିଆଁ, ସୁରକ୍ଷିତାରେ ତଳକୁ ଓହ୍ଲାଇଲେ ସମସ୍ତ ଯାତ୍ରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ମୋ ବସରେ ନିଆଁ,  ଆଜି ସକାଳେ ମୋ ବସ ଚାଲୁଥିବା ବେଳେ ହଠାତ ନିଆଁ ଲାଗିଗଲା। ଫଳରେ ଡ୍ରାଇଭର ରାସ୍ତା କଡକୁ ବସ ଆଣିବା ପରେ ପୁରା ବସଟି ଜଳିଗଲା। ସେତେବେଳେକୁ ସବୁ ଯାତ୍ରୀ ତଳକୁ ଓହ୍ଲାଇ ପଡିଥିଲେ। ଫଳରେ ଏକ ବଡ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତିଗଲେ।

ଘଟଣାରୁ ଜଣାପଡିଛି ଯେ, ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ରାଉରକେଲାରୁ ବେଦବ୍ୟାସ ଯାଉଥିଲା ମୋ ବସ। ସେତେବେଳେ ବସ୍‌ରେ ୮ରୁ ୧୦ ଜଣ ଯାତ୍ରୀ ଥିଲେ।ତେବେ ବସଟି ଟିସିଆଇ ଛକ ନିକଟରେ ପହଞ୍ଚିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ଇଞ୍ଜିନ ପାଖରୁ ଧୂଆଁ ବାହାରୁଥିବା ଦେଖି ପ୍ରଥମେ ଯାତ୍ରୀମାନେ ଡ୍ରାଇଭରଙ୍କୁ ଜଣାଇଥିଲେ। ଡ୍ରାଇଭର ସଙ୍ଗେ ସଙ୍ଗେ ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ। ତା’ପରେ ବସ୍ କର୍ମଚାରୀ ଓ ଯାତ୍ରୀମାନେ ବସରୁ ଓହ୍ଲାଇ ଯାଇଥିଲେ। ଏହାପରେ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା। ତେବେ ଏହାର କାରଣ କଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

Leave A Reply

Your email address will not be published.