ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ୟୁନିଟ୍-୧ ପରିବା ମାର୍କେଟ୍ରେ ଅଗ୍ନିକାଣ୍ଡ।୪ରୁ ୫ଟି ଦୋକାନ ହୁତୁହୁତୁ ହୋଇ ଜଳୁଛି। ନିଆଁ ଆୟତ୍ତ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ। ନିଆଁ ଡେଇଁଲା ଦୋକାନରୁ ଦୋକାନ । ଚାହୁଁ ଚାହୁଁ ଭୁବନେଶ୍ବର ୧ ନଂ ହାଟର ଦୋକାନରେ ଧିରେଧିରେ ନିଆଁ ବ୍ୟାପିବାରେ ଲାଗିଲା । ନିଆଁର ଆଁ ଏତେ ତୀବ୍ର ଥିଲା ଯେ ଚାହୁଁ ଚାହୁଁ ୪୦ରୁ ଅଧିକ ଦୋକାନ ନିଆଁରେ ପ୍ରଭାବିତ ହୋଇଗଲା । ଦୋକାନର ସବୁ ଜିନିଷ ଜଳିପୋଡି ପାଉଁଶ ହୋଇଗଲା । ତେବେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଲା । ୧୫ଟି ଦମକଳ ଗାଡି ସହ ୧୪୦ ଜଣ ଦମକଳ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ନିଆଁ ଆୟତ୍ତ ହୋଇଥିବା ବେଳେ ୧ ନଂ ହାଟରେ ନିଆଁ ଏବେ ନୁହେଁ । ଅତୀତରେ ଅନେକ ଥର ୧ ନଂ ହାଟରେ ନିଆଁ ଲାଗିଛି ।
ତେବେ ଗତ ବର୍ଷ ବି ହାଟରେ ନିଆଁ ଲାଗିଥିଲା । ୨୦୨୪ ମସିହା ନଭେମ୍ବର ୧ ତାରିଖ ମଧ୍ୟ ରାତିରେ ୧ ନମ୍ବର ହାଟ ଭୂତଳ ମାର୍କେଟରେ ଲାଗିଥିଲା ନିଆଁ। ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଥିବା କପଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଦୋକାନ ମଧ୍ୟ ଜଳି ଯାଇଥିଲା। ଆଉ ପୁଣି ୧୧ ମାସ ପରେ ୧ ନମ୍ବର ହାଟ ମାର୍କେଟରେ ଲାଗିଛି ନିଆଁ।