ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ-କଶ୍ମୀର ଅଖୁନରରେ ସେନା ଗାଡ଼ିକୁ ଆକ୍ରମଣର ଜବାବ ଦେଇଛି ଭାରତୀୟ ସେନା। ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆଜି ସକାଳେ ସେନା ଗାଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ, ଯାହାର ଜବାବ ଦେଇଛନ୍ତି ଯବାନ।
ତେବେ ସୂଚନା ମୁତାବକ, ସଂପୃକ୍ତ ଅଞ୍ଚଳରେ ସକାଳ ପ୍ରାୟ ୭ଟା ବେଳକୁ ତିନିଜଣ ଆତଙ୍କବାଦୀ ସେନା ଗାଡ଼ି ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚାଳନା କରିଥିଲେ। ତେବେ ଜାଣିବାକୁ ମିଳିଛି ଯେ ଆତଙ୍କବାଦୀମାନଙ୍କ ଏହି ଗୁଳି ଚାଳନା ପରେ ସୁରକ୍ଷା ବାହିନୀ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ।ଦୀପାବଳି ପାଇଁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାରୁ ଏପରି ହମଲା କରିଛନ୍ତି ଆତଙ୍କବାଦୀ।
ଗତ ସପ୍ତାହ ମଧ୍ୟରେ ସୀମାରେ ଆତଙ୍କୀ ହମଲା ବଢି ଯାଇଛି। ବିଶେଷ କରି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ। ସପ୍ତାହେ ମଧ୍ୟରେ ଦୁଇ ଜଣ ଯବାନ ଶହୀଦ ହୋଇ ଥିବାବେଳେ ୧୨ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଲାଣି।
Comments are closed.