ପପୁ ଯାଦବଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ଧମକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ‘ସଲମାନ ଖାନ୍‌ଙ୍କ ମାମଲରେ ଦୂରେଇ ରୁହ। ନଚେତ ମାରିଦେବୁ।’ ବିହାରର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କୁ ଏଭଳି କିଛି ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ତାଙ୍କୁ ଧମକ ଦିଆଯାଇଥିବା କୁହାଯାଉଛି |ଫୋନ କରି ଧମକ ଦେଇଥିବା ବ୍ୟକ୍ତି ପପୁ ଯାଦବଙ୍କୁ ତାଙ୍କର ଏକାଧିକ ଠିକଣାରେ ପିଛା କରିସାରିଥିବା ଏବଂ ତାଙ୍କୁ ହତ୍ୟା କରିବ ବୋଲି କହିଛି।

ପପୁ ଯାଦବ ଏ ସମ୍ପର୍କରେ ବିହାର ଡିଜିପିଙ୍କୁ ଅବଗତ କରାଇବା କହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଧମକ ଦେଉଥିବା ବ୍ୟକ୍ତି ଜଣକ ଆହୁରି ଦାବି କରିଛନ୍ତି ଯେ ଲରେନ୍ସ ବିଷ୍ଣୋଇ ପାପୁ ଯାଦବଙ୍କ ସହ ଘଣ୍ଟା ପ୍ରତି ୧ ଲକ୍ଷ ଟଙ୍କା ଦେଇ ଜେଲରେ ଜାମର ବନ୍ଦ କରି କଥା ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପପୁ ଯାଦବ ଫୋନ୍ ଉଠାଉ ନାହାନ୍ତି। ଏଭଳି ଧମକପୂର୍ଣ୍ଣ କଲ୍ ଆସିବା ପରେ ପପୁ ଯାଦବ ଏ ବିଷୟରେ ବିହାର ଡିଜିପିଙ୍କୁ ସୂଚନା ଦେଇଛନ୍ତି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

କିନ୍ତୁ ପପୁ ଯାଦବ ଫୋନ ଉଠାଉ ନାହାନ୍ତି। ସୂଚନାଯୋଗ୍ୟ, ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ହତ୍ୟା କରାଯିବା ପରେ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଧମକ ଦେଇଥିଲେ। ଯଦି ଆଇନ ତାଙ୍କୁ ଅନୁମତି ଦିଏ ସେ ୨୪ ଘଣ୍ଟା ଭିତରେ ଲରେନ୍ସ ବିଷ୍ଣୋଇ ଭଳି ୨ ଟଙ୍କାର ଅପରାଧୀର ନେଟଓ୍ବର୍କକୁ ଧ୍ବଂସ କରିଦେବି ବୋଲି ପପୁ କହିଥିଲେ।

Leave A Reply

Your email address will not be published.