ଜୀବନ ହାରିଲେ ୟୁଟ୍ୟୁବର୍ ଦମ୍ପତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେରଳ ପ୍ରସିଦ୍ଧ ୟୁଟୁବର ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ । ପୂର୍ବଦିନ ୟୁଟୁବରେ ନିଜର ଫଟୋ ସହ ଏକ ଭିଡିଓ ପୋଷ୍ଟ କରିଥିଲେ । ତା ପରଦିନ ସକାଳୁ ଘର ଭିତରୁ ମିଳିଲା ସ୍ବାମୀସ୍ତ୍ରୀଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଛି ।  ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏହି ଦମ୍ପତି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିରେ ମାଲାୟାଲମ୍ ଗୀତ ‘ବିଦା ପରୟୁକେନନ ଜନମ’(ମୃତ୍ୟୁର ଅନ୍ତିମ ଯାତ୍ରା) ଶୁଣିବାକୁ ମିଳିଛି।

ଏଥିରୁ ଅନୁମାନ କରାଯାଉଛି ଯେ, ଉଭୟ ମୃତ୍ୟୁ ପୂର୍ବରୁ ହିଁ ଆତ୍ମହତ୍ୟାର ସଙ୍କେତ ଦେଇଥିଲେ। ଏହି ଦମ୍ପତିଙ୍କର ଗୋଟିଏ ପୁଅ ଅଛି। ଶନିବାର ପୁଅ ଘରକୁ ଫେରି ଦେଖିଥିଲା ଯେ, ତା’ର ମାଆ-ବାପା ପ୍ରିୟା ଏବଂ ସେଲ୍‌ଭାରାଜଙ୍କ ମୃତ୍ୟୁ ଘଟିଛି। ଏହାପରେ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୁଲିସ ମଧ୍ୟ ଆତ୍ମହତ୍ୟା ସନ୍ଦେହ କରି ଘଟଣାର ତଦନ୍ତ କରୁଛି। ଅପରପକ୍ଷେ ଦମ୍ପତିଙ୍କ ପଡ଼ୋଶୀ ମଧ୍ୟ ଉଭୟଙ୍କ ଆତ୍ମହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

ତେବେ ‘ସେଲ୍ଲୁ ଫ୍ୟାମିଲି’ ନାଁରେ ୟୁଟୁବ୍ ଖୋଲିଥିବା ୩୭ ବର୍ଷୀୟ ପ୍ରିୟା ଏବଂ ତାଙ୍କ ସ୍ବାମୀ ସେଲଭରାଜ(୪୫) ଗତ ୨୬ ତାରିଖରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଦମ୍ପତିଙ୍କ ମୃତଦେହ କେରଳା ଚେରୁବରକୋନମ ସ୍ଥିତ ଘରୁ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି । ତା ପୂର୍ବ ଦିନ ଅର୍ଥାତ୍ ଗତ ୨୫ ତାରିଖ ଦିନ ସେମାନେ ତାଙ୍କ ୟୁଟୁବରେ ସ୍ବାମୀସ୍ତ୍ରୀ ଉଭୟଙ୍କ ଫଟୋ ସହିତ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ସେଥିରେ ଯେଉଁ ଗୀତ ରହିଛି ତାହା ବିଦାୟକାଳୀନ ଅଟେ ।

Leave A Reply

Your email address will not be published.