ବାତ୍ୟା ସମୟରେ ମାନବିକତା ଦେଖାଇଲେ 108 ଆମ୍ବୁଲାନ୍ସ କର୍ମଚାରୀ ମାନସ ମଳିକ 

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାତ୍ୟା ସମୟରେ ମାନବିକତା ଦେଖାଇଲେ 108 ଆମ୍ବୁଲାନ୍ସ କର୍ମଚାରୀ ମାନସ ମଳିକ |ବାତ୍ୟାରେ ରୋଗୀଙ୍କୁ ଉଦ୍ଧାର କରି ଚର୍ଚ୍ଚାରେ ଆମ୍ବୁଲାନ୍ସ କର୍ମଚାରୀ ମାନସ | ବାତ୍ୟା ଦାନା ଦିନ ସକାଳେ ରାଜନଗର ଡେରା ପଞ୍ଚାୟତ କାଠୁଆଗଣ୍ଡ ଗାଁ ରେ ଜଣେ ମହିଳା ଙ୍କ ଉପରେ ଗଛ ପଡ଼ି ଯାଇଥିଲା |

ରୋଗୀ ଜଣଙ୍କ ପାଖରେ 108 ଆମ୍ବୁଲାନ୍ସ ପହଂଚିବା ପରେ ରୋଗୀ ଙ୍କ ଠାରୁ ଆମ୍ବୁଲାନ୍ସ 300 ମିଟର ଦୂରରେ ଥିଲା | ତାଙ୍କ ପାଖରେ ଆମ୍ଭୁଲାନ୍ସ ପହଂଚିବା ଅସମ୍ଭବ ଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଳିକ ରୋଗୀଙ୍କ ପାଖକୁ ଚାଲି ଚାଲି ଯାଇ ନିଜ କୋଳରେ ରୋଗି ଙ୍କୁ ଟେକି ଟେକି ଆଣି ଆମ୍ବୁଲାନ୍ସ ରେ ବସାଇ ଥିଲେ |

ବାତ୍ୟା ଜନିତ ପବନ 100 କିଲୋ ମିଟର ରୁ ଉର୍ଦ୍ଧ ଚାଲିଥିଲା | ତଥାପି ମାନସ ପବନ କୁ ଖାତିରି ନକରି ମହିଳା ଙ୍କୁ ଉଦ୍ଧାର କରି ମେଡିକାଲ କୁ ନେଉଥିବା ଭିଡିଓ ଭାଇରଲ ହେବା ପରେ ସବୁ ମହଲ ରୁ ତାଙ୍କୁ ଭୁୟସୀ ପ୍ରଶଂସା କରାଯଇଛି |

Comments are closed.