ଭାରତରେ ଖୋଲିଲା ପ୍ରଥମ ଆପଲ୍ ଷ୍ଟୋର: ମୁମ୍ବାଇରେ ଲଞ୍ଚ ହେଲା ଏକ୍ସକ୍ଲ୍ୟୁସିଭ ‘ଆପଲ ବିକେସି’

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତରେ ଖୋଲିଲା ପ୍ରଥମ ଆପଲ୍ ଷ୍ଟୋର । ମୁମ୍ବାଇରେ ଲଞ୍ଚ ହେଲା ଏକ୍ସକ୍ଲ୍ୟୁସିଭ ‘ଆପଲ ବିକେସି’ । ଏହି ଅବସରରେ  ଢୋଲ ଆଉ ବାଜାର ତାଳେ ତାଳେ ଝୁମିଛନ୍ତି ଆପଲର ସିଇଓ ଟିମ୍ କୁକ । ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଏହି ଜଣାଶୁଣା ବ୍ୟବସାୟୀଙ୍କ ଏହି ଅନ୍ଦାଜ ଏବେ ଦେଖିଛି ସାରା ମୁମ୍ବାଇ । କାରଣ ଏଠାରେ ଆରମ୍ଭ ହୋଇଛି ଦେଶର ପ୍ରଥମ ଆପଲ୍ ଷ୍ଟୋର । କମ୍ପାନୀର ସିଇଓ ଟିମ କୁକ ଓ ତାଙ୍କ ସହଯୋଗୀ ମୁମ୍ବାଇ ବିକେସିରେ ପ୍ରଥମ ଷ୍ଟୋରକୁ ଲଂଚ କରିଛନ୍ତି । ଏହି ସମୟରେ ଆପଲ ସିଇଓଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଟିମ କୁକ ନିଜେ ଷ୍ଟୋରର ଗେଟ ଖୋଲି ଲୋକଙ୍କ ସ୍ୱାଗତ କରିଥିଲୋ । ସେପଟେ ମୁମ୍ବାଇବାସୀ ପ୍ରଥମ ଆପଲ ଷ୍ଟୋର ଲଂଚକୁ ଯେତିକି ଖୁସି ଅଛନ୍ତି ସେତିକି ଉତ୍ସାହିତ ମଧ୍ୟ ଦେଖିବାକୁ ମିଳିଥିଲେ । ତେବେ  ମୁମ୍ବାଇରେ ଲଞ୍ଚ ହୋଇଥିବା ଏକ୍ସକ୍ଲ୍ୟୁସିଭ ‘ଆପଲ ବିକେସି’ରେ ଆଇଫୋନ ଓ ଆପଲର ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ଅଛି । ଯାହା ୨୦ଟି ଭାଷାରେ ଗ୍ରାହକଙ୍କୁ ସେବା ଯୋଗାଇବ । ତେବେ ଷ୍ଟୋରର ନାଁ ରହିଛି ଆପଲ ବିକେସି । ଏହି ଷ୍ଟୋରର ପ୍ରତିମାସରେ ଭଡ଼ା ବାବଦକୁ ଦିଆଯିବ ୪୨ଲକ୍ଷ ଟଙ୍କା । ଏହା ୨ହଜାର ବର୍ଗଫୁଟରେ ନିର୍ମିତ ହୋଇଛି । ଏବହା ସହ  ଶୋରୁମ ଜିଓ ୱାଲ୍ଡ ଡ୍ରାଇଭ ମଲରେ ରହିଛି ।

ସୋମବାର ମୁମ୍ବାଇରେ ପହଁଚିଥିଲେ ଆପଲ ସିଇଓ ଟିମ କୁକ । ଏଂଟେଲିଆରେ ପହଁଚି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାକ୍ଷାତ କରିଥିଲେ । ଏଥିସହ ଦେଶରେ ବିଭିନ୍ନ କ୍ଷେତ୍ରର ଜଣାଶୁଣା ବ୍ୟକ୍ତିଙ୍କୁ ମଧ୍ୟ ଭେଟିଥିଲେ । ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ମନୋରଞ୍ଜନ ଦୁନିଆର ଜଣାଶୁଣା କଳାକାରଙ୍କ ମଧ୍ୟ ଟିମ କୁକଙ୍କୁ ଭେଟି ସେଲଫି ଉଠାଇଥିଲେ । ଅମାନ ମଲ୍ଲିକ, ନେହା ଧୁପିଆ, ଅଙ୍ଗଦବେଦୀ, ମୌନି ରୟଙ୍କୁ ସେ ସାକ୍ଷାତ କରିଥିଲେ । ତେବେ ସୋସିଆଲ ମିଡିଆରେ ସବୁଠୁ ଅଧିକ ଧ୍ୟାନ ଆର୍କଷଣ କରିଛି ବଲିଉଡ ଅଭିନେତ୍ର ମାଧୁରୀ ଦିକ୍ଷିତ ନେନେ ଓ ଟିମ କୁକଙ୍କ ଏହି ଫଟୋ । ଯେଉଁଥିରେ ଆପଲ ସିଇଓଙ୍କୁ ମୁମ୍ବାଇର ପ୍ରସିଦ୍ଧ ବଡାପାଓ ଖୁଆଇ ସ୍ୱାଗତ କରିଥିଲେ ମାଧୁରୀ ଦିକ୍ଷିତ ନେନେ । ମୁମ୍ବାଇରେ ଦେଶର ପ୍ରଥମ ଷ୍ଟୋର ଖୋଲାଯିବା ପରେ ଦିଲ୍ଲୀରେ ଖୋଲାଯିବ ଦ୍ୱିତୀୟ ଷ୍ଟୋର । ସୂଚନା ଅନୁସାରେ ଏପ୍ରିଲ ୨୦ରେ ସାକେତର ସିଟି ୱାଲକ ମଲରେ ଖେଲାଯିବ ଆପେଲର ୨ୟ ଷ୍ଟୋର । ଭାରତରେ ଆଇଫୋନର ଚାହିଦା ବେଶ ଅଧିକ । ଏଥିସହ ଆପଲର ପ୍ରଡକ୍ଟର ବିକ୍ରି ମଧ୍ୟ ବେଶ ଭଲ ହୁଏ । ଭାରତରେ ଆପଲର ନିର୍ଦ୍ଦିଷ୍ଟ ଗୋଷ୍ଠିର ୟୁଜର ଅଛନ୍ତି । ଯେଉଁମାନେ ଆପଲର ସବୁ ପ୍ରଡରକ୍ଟକୁ ବ୍ୟବହାର ପାଇଁ ପ୍ରଥମ ପସନ୍ଦ କରିଥାଆନ୍ତି । ତେଣୁ କମ୍ପାନୀ ଏଠାରେ ଷ୍ଟୋର ଲଂଚ କରିବା ଦ୍ୱାରା ଭାରତୀୟ ଗ୍ରାହକ ବେଶ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.