ଶ୍ରାବଣ ମାସର ପ୍ରଥମ ସୋମବାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର | ଏ ନେଇ ବଡି ଭରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡିଆ ମାନଙ୍କ ସମାଗମ ହୋଇଛି| ଦେବାଦୀ ଦେବ ମହାଦେବଙ୍କୁ ନିଜର ମନସ୍କାମନା ପୂରଣ ପାଇଁ ଜଳାଭିଷେକ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ମାନେ | ତେବେ ଏହାକୁ ନେଇ ପୂର୍ବ ଭାରତର ପ୍ରଶିଦ୍ଧ ଭୋଗରାଇର ବାବା ଚନ୍ଦନେଶ୍ୱର ଶୈବାପୀଠରେ ମଧ୍ୟ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି |

ବାବାଙ୍କୁ ଦର୍ଶନ କରିଵା ଏବଂ ପାଣି ଢ଼ାଳିବା ପାଇଁ ଶ୍ରଦ୍ଧାଳୁ ମାନେ ମନ୍ଦିର ପରିସରରେ ଭିଡ ଜମାଇଛନ୍ତି | ସେପଟେ ଭର ୪ ଟାରୁ ମନ୍ଦିର ଖୋଲିବା ପରେ ବାବାଙ୍କ ରିତିକାନ୍ତି ଆରମ୍ଭ ହୋଇ ୬ ଟାରେ ଶେଷ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାବାଙ୍କୁ ଦର୍ଶନ କରିବା ସହ କାଉଡିଆ ମାନେ ବାବା ଉପରେ ପାଣି ଢାଳିଥିଲେ |

ଓଡିଶା ରାଜ୍ୟ ସମେତ ରାଜ୍ୟ ବାହାର ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଆଦି ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ବାବାଙ୍କୁ ଦର୍ଶନ କରିବା ପାଇଁ ଲମ୍ବା ଲାଇନ ଦେଇଛନ୍ତି | ସେପଟେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପାଇଁ ତାଳସାରୀ ପୋଲିସ ଉପସ୍ଥିତ ରହିଛି |

Leave A Reply

Your email address will not be published.