ଗ୍ୟାସ ସିଲିଣ୍ଡର ଫାଟି ତିନି ବଖରା ନଡା ଛପର ଘର ସଂପୂର୍ଣ୍ଣ ଭସ୍ମୀଭୂତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଟୁକୁରି ହାଜିରା ଗ୍ରାମ ପଞ୍ଚାୟତ ଅଧିନ ଫୁଲବଣୀ ଖାସ ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଶରତ ମଣ୍ଡଳଙ୍କ ଘରେ ସକାଳ ୧୦ ଘଟିକା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ତିନି ବଖରା ନଡା ଛପର ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।

ଘଟଣାସ୍ଥଳରେ ଭୋଗରାଇ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ପରେ ଆୟତ୍ତ ହୋଇଥିଲା ନିଆଁ। ତେବେ ଦିନ ଓ ରାତିରେ ତୁହାକୁ ତୁହା ବର୍ଷା ଓ ବାସଗୃହ ନଷ୍ଟ ହୋଇଥିବା କାରଣରୁ ଉକ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ ଜଳି ଯାଇଥିବା ଘରେ ଚାଉଳ, ଗହମ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଓ କାଗଜପତ୍ର ରହିଥିଲା ବେଳେ ନଗଦ ଦେଢ଼ ଲକ୍ଷ ଟଙ୍କା ପୋଡ଼ି ପାଉଁଶ ହୋଇ ଯାଇଛି।ଖବରପାଇ ପସରବିନ୍ଧା ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଫେରିଯାଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.