୧୦ରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ, ଖାତାଦେଖା ବେଳେ ମୋବାଇଲ ମନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ। ନିୟୋଜିତ ହେବେ ୧୫ ହଜାର ମୂଲ୍ୟାଙ୍କନକାରୀ। ଉଭୟ ଅନଲାଇନ ଓ ଆଫଲାଇନରେ ମୂଲ୍ୟାଙ୍କନ କରାଯିବ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି। ଏପ୍ରିଲ ୫ ତାରିଖରେ ଏହା ଶେଷ ହେବ ସମସ୍ତ ପରୀକ୍ଷା। ଏହାପରେ ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ ଖାତାଦେଖା ପ୍ରକ୍ରିୟା। ଉଭୟ ଅନଲାଇନ ଓ ଅଫଲାଇନ ରେ ମୂଲ୍ୟାଙ୍କନ କରାଯିବ। ଅଫଲାଇନ ରେ ମୂଲ୍ୟାଙ୍କନ ଏପ୍ରିଲ ୨୨ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ ୨୩ରେ ଶେଷ ହେବ।

ସେହିପରି ଦିତୀୟ ପର୍ଯ୍ୟାୟ ଅଫଲାଇନ୍ ଖାତାଦେଖା ଏପ୍ରିଲ ୨୩ ରୁ ଆରମ୍ଭ ହୋଇ ମେ’ ୪ ତାରିଖ ଏବଂ ଅନଲାଇନ୍ ଖାତାଦେଖା ଏପ୍ରିଲ ୨୫ ରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ ଟି ଜୋନ୍ ହୋଇଛି। ଏଥିରେ ୩୯ ଟି ଅନଲାଇନ୍ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହେବ। ୨ଟି ପର୍ଯ୍ୟାୟରେ ଖାତାଦେଖା ଶେଷ ହେବା ପରେ ମଇ ମାସ ଶେଷ ଓ ଜୁନ ମାସ ଆରମ୍ଭ ରୁ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ, ଅଫଲାଇନ୍ କେନ୍ଦ୍ରଗୁଡ଼ିକରେ ସକାଳ ୧୦ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖାତାଦେଖା ହେବ। ମାତ୍ର ଅନଲାଇନ୍ ଖାତାଦେଖା ପାଇଁ ୨ଟି ପର୍ଯ୍ୟାୟ ଧାର୍ଯ୍ୟ ହୋଇଥିବାରୁ ଏଠାରେ ସକାଳ ୮ଟାରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ। ଅଫଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ୨ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ। ଯେପରି ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନରୁହେ ସେଥିପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ହୋଇଛି। ଅନଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ସ୍କାନିଂ କରାଯିବ। ଏହା ପରେ ୨ ଥର ପାଇଁ ମୂଲ୍ୟାଙ୍କନ କରାଯିବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ରରେ ପିଇବା ପାଣି, ବିଦ୍ୟୁତ ବ୍ୟବସ୍ଥା, ବିଶ୍ରାମଗୃହ ଆଦି ସମସ୍ତ ବ୍ୟବସ୍ଥା କରାଯିବ। ମୂଲ୍ୟାଙ୍କନ କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଥିବାବେଳେ ଧାର୍ଯ୍ୟ ସମୟ ମଧ୍ୟରେ ମୂଲ୍ୟାଙ୍କନକାରୀ ନପହଞ୍ଚିଲେ କାରଣଦର୍ଶାଅ ସମନ୍ ଜାରି କରାଯିବ। ଯେଉଁ ଅଧ୍ୟାପକ କିମ୍ବା ଅଧ୍ୟାପିକା ତଥା ପରୀକ୍ଷାକେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପିଲାମାନେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ମୂଲ୍ୟାଙ୍କନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବାବେଳେ ସିସିଟିଭି ନଜରରେ ରହିବ ସମସ୍ତ ମୂଲ୍ୟାଙ୍କନ ଜୋନ୍।
ଏପଟେ ଆସନ୍ତା 3 ତାରିଖରୁ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନ ମଧ୍ୟ ଆରମ୍ଭ ହେବ। ତେବେ ଖୋର୍ଦ୍ଧା ଜିଲ୍ଲା ରେ 3 ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା କରାଯିବ। କଥା କ୍ୟାପିଟାଲ ହାଇସ୍କୁଲ, ୟୁନିଟ 1 ସରକାରୀ ବିଦ୍ୟାଳୟ, ଏବଂ ବିଜେବି ହାଇସ୍କୁଲ ରେ କରାଯିବ ମାଟ୍ରିକ ମୂଲ୍ୟାୟନ। ଯେଉଁଠାରେ ମୂଲ୍ୟାଙ୍କନ କରାଯାଉଛି ସେଠାରେ ପିଲାଙ୍କ ପାଠ ପଢା ଦୃଷ୍ଟିରୁ ପିଲାଙ୍କର ସକାଳୁଆ ସ୍କୁଲ କରାଯାଉଛି। ଯାହା 9 ଟା 30 ସୁଦ୍ଧା ସ୍କୁଲ ଛୁଟି ହେବ। ୧୦ ଟା ସମୟରୁ ମାଟ୍ରିକ ମୂଲ୍ୟାଙ୍କନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.