ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହେଲା ମହିଳା ଉଦ୍ୟୋଗ ମେଳା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ମହିଳା ଉଦ୍ୟୋଗ ମେଳା । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେଉଥିବା ଏହି ମେଳାରେ ସାମିଲ୍ ହୋଇଛନ୍ତି ୧୦୦ ମହିଳା ଉଦ୍ୟୋଗୀ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ୱିମେନ୍ ଏଂଟରପ୍ରେନ୍ୟୁରଶିପ୍ କାଉନସିଲ୍ ଦ୍ୱାରା ଆୟୋଜିତ ଏହି ମେଳାକୁ ଭର୍ଚୁଆଲ୍ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମେଳାର ପ୍ରଥମ ଦିବସରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି । ଏହି ସ୍ୱତନ୍ତ୍ର ମେଳାରେ ପ୍ରତିଦିନ ବ୍ୟବସାୟ ଭିତିକ ଆଲୋଚନା ଚକ୍ର ଆୟୋଜିତ ହେବ । ମହିଳା ଉଦ୍ୟୋଗୀ ନିଜ ନିଜ ଉଦ୍ୟୋଗକୁ ବିଶ୍ୱ ବଜାରରେ କିଭଳି ପହଂଚାଇ ପାରିବେ, ସେ ନେଇ ହେବ ଆଲୋଚନା । ମହିଳା ଉଦ୍ୟୋଗୀଙ୍କୁ ଆଗକୁ ବଢ଼ିବା ପାଇଁ ଏହି ମେଳା ଆତ୍ମବିଶ୍ୱାସ ବଢ଼ାଇବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

women entrepreneur

ପ୍ରାୟ ୧୫୬୦ରୁ ଉର୍ଦ୍ଧ୍ ଷ୍ଟଲ ଦ୍ବାରା  ସମନ୍ବିତ ଏହି ମେଳା କେବଳ ମହିଳା ବ୍ୟବସାୟୀଙ୍କ ଦ୍ବାରା ପରିଚାଳିତ ହେଉଛି। ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ, ପିଲାଙ୍କ ଖେଳ, ସେଲ୍ଫି ଜୋନ, ଓଲିଉଡ୍ ସନ୍ଧ୍ୟା, ଫ୍ୟାସନ ଶୋ, ଆଇଡବ୍ଲ୍ୟୁଇସି ଆୱାର୍ଡ ଏବଂ ସାଂସ୍କ୍‌ତିକ ଓ ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ଏଥିସହିତ ପ୍ରତିଦିନ ବ୍ୟବସାୟ ଭିତ୍ତିକ ସେମିନାର ମଧ୍ୟ ଆୟୋଜିତ ହେବ ଯାହା ମହିଳା ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ସୂଚନାଦାୟୀ ତଥା ଉପଯୋଗୀ  ହୋଇପାରିବ ।

ବଲିଉଡ ସେଲିବ୍ରିଟି ଅର୍ଜୁନ ରାମପାଲ ଓ ଇମତିଆଜ ଅଲ୍ଲି ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେବାସହ ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରୁ ପ୍ରେରଣାଦାୟୀ ବକ୍ତା ଶ୍ରୀ ଗୌରାଙ୍ଗ ଦାସ,ଜୀବନ ଶୈଳୀ ପ୍ରଶିକ୍ଷକ, ଲ୍ୟୁକ୍ କୌଟିଁହୋ, ଫିଟନେସ ବିଶେଷଜ୍ଞ ସମୀର ପୁରେହିତ ଆଦି ଯୋଗ ଦେଇ ନିଜର ମତାମତ ରଖିବେ।

ଏହି ମେଳା ମେ ୪ରୁ ଆରମ୍ଭ ହୋଇ ମେ ୮ ଯାଏଁ ଚାଲିବ । ଏଥିରେ ଥିବା ସମସ୍ତ ଷ୍ଟଲ ଶୀତତାପ ନିୟନ୍ତ୍ରିତ  ହୋଇଥିବା ବେଳେ ପ୍ରବେଶକୁ ନିଶୁଳ୍କ କରାଯାଇଛି। ଫାଲକନ୍ ଗ୍ରୁପ୍, ମିଶନଶକ୍ତି, ଓ ଜ୍ୟୋତି ମୋଟର୍ସ ଏହି ଉତ୍ସବର ଆୟୋଜକମାନଙ୍କ ପ୍ରତି ନିଜର ସହଯୋଗ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.