ସମୁଦ୍ରରେ ବୁଡ଼ିଲା ମାଛଧରା ବୋଟ୍‌

0

ଓଡ଼ିଆ ନ୍ୟୁଜ୍: ସମୁଦ୍ରରେ ବୁଡ଼ିଲା ମାଛଧରା ବୋଟ୍; ବର୍ତ୍ତିଗଲେ ମତ୍ସ୍ୟଜୀବୀ।ସାତଭାୟା ନିକଟ ସମୁଦ୍ରରେ ବୋଟ୍‌ରେ ପାଣି ପଶିବାରୁ ବୁଡ଼ିଗଲା। ପହଁରି ପହଁରି କୂଳକୁ ଆସିଲେ ୮ ଜଣ ମତ୍ସ୍ୟଜୀବୀ, ସମସ୍ତେ ସୁରକ୍ଷିତ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ଧରିବାକୁ ଆସିଥିବା ଭଦ୍ରକ ଅଞ୍ଚଳର ରତ୍ନପ୍ରଭା ଟ୍ରଲରଟି ବାଟବଣା ହୋଇ ଗଭୀର ସମୁଦ୍ରର ଚଢ଼ାରେ ଧକ୍କା ଖାଇବା ପରେ ଜୁଆର ଛାଡ଼ିବା ପରେ ସାତଭାୟା ନିକଟସ୍ଥ ସମୁଦ୍ର କୂଳରେ ଭଗ୍ନ ଅବସ୍ଥାରେ ଲାଗିଛି। ତେବେ ଏଥିରେ ଥିବା ୮ ମତ୍ସ୍ୟଜୀବୀ ପ୍ରାଣ ବିକଳରେ କୂଳରେ ଲାଗି ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଖବର ପାଇ ରାଜନଗର ଡିଏଫ୍‌ଓ ଭରଦ୍ୱାଜ ଗାଓଁକରଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ରତନ ପାଣି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରଟିକୁ ଜବତ କରିଛନ୍ତି।

Leave A Reply

Your email address will not be published.