୫ ମହିଳା ଦଳକୁ ଆଇସିସି ଦିନିକିଆ ମାନ୍ୟତା , ଖେଳିପାରନ୍ତି ୨୦୨୫ ବିଶ୍ୱକପ୍

0

ଦୁବାଇ(ଓଡ଼ିଆ ନ୍ୟୁଜ୍‌): ଆଇସିସି ପକ୍ଷରୁ ୫ଟି ଆସୋସିଏଟ୍ ମହିଳା କ୍ରିକେଟ୍ ଦଳକୁ ଦିନିକିଆ ମାନ୍ୟତା ପ୍ରଦାନ କରାଯାଇଛି । ଯେଉଁତିରେ ସାମିଲ ଅଛନ୍ତି ନେଦରଲାଣ୍ଡ, ପପୁଆ ନ୍ୟୁଗିନି, ସ୍କଟଲାଣ୍ଡ, ଥାଇଲାଣ୍ଡ ଏବଂ ଆମେରିକା ଭଳି ଦଳ । ଏହି ୫ଟି ଯାକ ଦଳ ଆଗାମୀ ୨୦୨୫ ବିଶ୍ୱକପ୍ ଯୋଗ୍ୟତା ଦୌଡ଼ରେ ସାମିଲ୍ ହେବେ । ଏଂହା ସହ ଆଇସିସି ପକ୍ଷରୁ ମହିଳା ଚାମ୍ପିଅନସିପ୍ର ନୂଆ ସଂସ୍କରଣ (୨୦୨୨-୨୫) ପାଇଁ ଦୁଇଟି ନୂଆ ଦଳ ସାମିଲ୍ କରାଯାଇଛି । ବାଂଲାଦେଶ ଓ ଆୟର୍ଲାଣ୍ଡ ଦଳ ଏହି ସଂସ୍କରଣରେ ସାମିଲ୍ ହେବେ । ଏଥର ୧୦ଟି ଦଳକୁ ନେଇ ମହିଳା ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦଳ ୮ଟି ତିନିମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିବେ । ଶ୍ରେଷ୍ଠ ପ୍ରଦର୍ଶନକାରୀ ୫ଟି ଦଳ ସମେତ ଆୟୋଜକ ଦଳ ଆଗାମୀ ବିଶ୍ୱକପ୍ ଖେଳିବାକୁ ମନୋନୀତ ହେବେ।

Leave A Reply

Your email address will not be published.