ବିପଦ ସଙ୍କେତ ଡେଇଁଲା ଜଳକା, ବୈତରଣୀ

0

ଓଡ଼ିଆ ନ୍ୟୁଜ୍: ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ଜଳସ୍ତର। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା। ଦିନ ୧୦ଟା ସୁଦ୍ଧା ମଥାନୀଠାରେ ଜଳକା ୭.୨୦ ମିଟର ପ୍ରବାହିତ ହେଉଛି।ସତର୍କ ସଙ୍କେତ ଉପରେ ବୈତରଣୀ ୩୭.୮୦୦ ମିଟର ପ୍ରବାହିତ।ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିଲା ବନ୍ୟା ଆଶଙ୍କା। ଭଦ୍ରକର ଧାମନଗର, ବାଲେଶ୍ବରର ଚାନ୍ଦବାଲି ଅଞ୍ଚଳ ପ୍ରଭାବିତ ହେବ।ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳ ପ୍ରଭାବିତ ହେବ।

ଏନେଇ କ୍ଷେତ୍ର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତାକାଲି ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖା ଦେବ। ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ।ବ୍ରାହ୍ମଣୀ ନଦୀରେ ଏଯାଏଁ ବନ୍ୟା ସ୍ଥିତି ଦେଖାଯାଇନି।ହୀରାକୁଦକୁ ୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ରେଙ୍ଗାଲି ଡ୍ୟାମ୍‌ରେ ୩ଟି ଗେଟ୍‌ ଦେଇ ପାଣି ଚାଲିଛି।

Leave A Reply

Your email address will not be published.