ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଆଉ ୪ଟି ଗେଟ୍ ଖୋଲିବ। ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ। ୩ ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେବ।କାଲି ମୁଣ୍ଡଳିରେ ସକାଳ ୮ରୁ ୧୧ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ।’ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ, କିନ୍ତୁ ବନ୍ୟା ସ୍ଥିତି ନାହିଁ ‘। ‘ବର୍ଷା କମିଥିବାରୁ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ’।ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀଙ୍କ ସୂଚନା।

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହି କାରଣରୁ ଜଳଭଣ୍ଡାରରୁ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ଆସନ୍ତାକାଲି ମୁଣ୍ଡଳିରେ ସକାଳ ୮ରୁ ୧୧ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ। ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢ଼ିବ। କିନ୍ତୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ। ବର୍ଷା କମିଥିବାରୁ ବନ୍ୟା ସ୍ଥିତି କମିଛି। ଅନ୍ୟ କୌଣସି ନଦୀରେ ବନ୍ୟା ନାହିଁ। ଆଗକୁ ଥିବା ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ। ତେଣୁ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡ଼ିକରେ ଥିବା ଜଳଭଣ୍ଡାର ଗୁଡିକରେ ଜଳ ସଂରକ୍ଷଣ ହୋଇ ରହିବ।

Leave A Reply

Your email address will not be published.