ଓଡ଼ିଆ ନ୍ୟୁଜ୍: ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଛୁଇଁଲା ବୈତରଣୀ।ବିପଦ ସଂକେତ ୧୮.୩୩ ମିଟର ଛୁଇଁଲା ବୈତରଣୀ।ଜଳସ୍ତର ବଢ଼ୁଥିବାରୁ ବନ୍ୟା ନେଇ ସତର୍କ କରାଇଲେ ଜିଲ୍ଲାପାଳ।ଚାନ୍ଦବାଲି ଓ ଧାମନଗର ବେଶୀ ପ୍ରଭାବିତ ଆଶଙ୍କା।ଭଣ୍ଡାରୀପୋଖରୀ ଆଂଶିକ ପ୍ରଭାବିତ ହେବା ସମ୍ଭାବନା।ସଜାଗ ରହିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ।
ସେହିପରି ଆଜି ପୂର୍ବାହ୍ନ ୧୦ଟାରେ ଆନନ୍ଦପୁର ନିକଟରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ ପାର କରିଛି। ଚମ୍ପୁଆରେ ୯୭.୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ତା’ର ପ୍ରଭାବରୁ ବୈତରଣୀ ଜଳସ୍ତର ବଢ଼ିବାରେ ଲାଗିଛି। ଯାହାକୁ ନେଇ ତଳି ଅଞ୍ଚଳରେ ବିପଦ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଆନନ୍ଦପୁରଠାରେ ବିପଦ ସଂକେତ ୩୮.୩୬୦ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୩୮.୫୨୦ ଅଛି। ତେବେ ଆଗକୁ ଏହା ବଢ଼ିବାର ସମ୍ଭାବନା ଥିବା ସୂଚନା ମିଳିଛି।