ପାକିସ୍ତାନରେ ବନ୍ୟାର ବୀଭିଷିକା, ୩୦୦ ଅଧିକ ମୃତ

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନରେ ବନ୍ୟାର ବୀଭିଷିକା । ଏଥିରେ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଲଗାତର ମୂଷଳ ଧାରାର ବର୍ଷା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତର ପୂର୍ବ ପାକିସ୍ତାନ ବିଶେଷକରି ଖାଇବର ପଖତୁନୱା ବେଶି ପ୍ରଭାବିତ ହୋଇଛି । ସ୍ବାତ୍, ବର୍ଣ୍ଣର, ସାଙ୍ଗଲା, ମାନସେହରା, ବାଟାଗ୍ରାମ ପରି ଜିଲ୍ଲାରେ ବନ୍ୟାର ପ୍ରକୋପ ମାରାତ୍ମକ ରହିଛି । ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି ।ଅନେକ ନିଖୋଜ ହୋଇଛନ୍ତି । ଖାଇବର ପଖ୍‌ତୁନ୍‌ଖ୍ୱା ପ୍ରଦେଶରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ଏଠାରେ ବିଭିନ୍ନ ନଦୀରେ ଭୟଙ୍କର ବନ୍ୟା ଆସିବାରୁ ଲୋକଙ୍କ ଘରଦ୍ୱାର ଭାସିଯାଇଛି । କେବଳ ଏହି ପ୍ରଦେଶରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ହାନି ଘଟିଛି ।

Leave A Reply

Your email address will not be published.