ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳି ଚାଳନା

0

ଓଡ଼ିଆ ନ୍ୟୁଜ୍: ହରିୟାଣାର ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳି ଚାଳନା। ୨୫ ରୁ ୩୦ ରାଉଣ୍ଡ ଗୁଳି ଚଳାଇ ୩ ଦୁର୍ବୃତ୍ତ ଫେରାର୍ ସୂଚନାଗୁରୁଗ୍ରାମ ସେକ୍ଟର ୫୭ ସ୍ଥିତ ୟୁଟ୍ୟୁବର୍‌ ଏଲ୍‌ଭିସ ଯାଦବଙ୍କ ଘର ଉପରକୁ ରବିବାର ଗୁଳି ମାଡ଼ ହୋଇଛି। ୩ଜଣ ଦୁର୍ବୃତ୍ତ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଗୁଳିକାଣ୍ଡ ବେଳେ ଏଲ୍‌ଭିସ ଘରେ ଉପସ୍ଥିତ ନ ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ୩ଜଣ ବାଇକ୍‌ ଆରୋହୀ ଏଲ୍‌ଭିଶଙ୍କ ଘର ଉପରକୁ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଘରର ପ୍ରଥମ ମହଲାରେ ଗୁଳି ବାଜିଥିଲା। ଆକ୍ରମଣ ସମୟରେ ତାଙ୍କ କେୟାରଟେକର ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ହେଲେ ଗୁଳିକାଣ୍ଡରେ କୌଣସି ବ୍ୟକ୍ତି ମୃତାହତ ହୋଇ ନ ଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.