ଓଡ଼ିଆ ନ୍ୟୁଜ୍: ଗଜପତି ଜିଲ୍ଲା ଆର.ଉଦୟଗିରି ଅଞ୍ଚଳରେ ପ୍ରବଳ ବର୍ଷା। ବନ୍ୟା ପାଣି ଦେଖିଲେ ଉତ୍ତରାଖଣ୍ଡର ବନ୍ୟା ସ୍ଥିତି ଭଳି ମନେ ହେଉଛି। ଘରେ ପଶିଲା ପାଣି, ଧୋଇଲା ରାସ୍ତା ଓ ବୁଡ଼ିଲା କାର୍। କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାରେ ଗତକାଲି ରାତି ଠାରୁ ଆଜି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।
୨୬ ନମ୍ବର ଜାତୀୟ ରାଜପଥର ମୋହନପଡ଼ା ନିକଟରେ ନିର୍ମାଣାଧୀନ ପୋଲ ସମ୍ମୁଖରେ ରାସ୍ତା ଉପରେ ପ୍ରାୟ ପାଞ୍ଚ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। କୋରାପୁଟ ଜିଲ୍ଲାର ସେମିଳିଗୁଡା, ସୁନାବେଡା, ନନ୍ଦପୁର, କୋରାପୁଟ ସହରର ତଳିଆ ଅଞ୍ଚଳରେ ଜଳାର୍ଣ୍ଣବ ପରିସ୍ଥିତି ଦେଖାଯାଇଛି। ଅନେକ ଦୋକାନ, ଘର ଭିତରେ ପାଣି ପଶି ଅନେକ ଜିନିଷ ନଷ୍ଟ ହୋଇଥିବା ଜଣାପଡିଛି।