ଓଡ଼ିଆ ନ୍ୟୁଜ୍: ଫୁଲୁଛି ସୁବର୍ଣ୍ଣରେଖା । ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ମି । ଜଳସ୍ତର ୧୦.୪୮ ମିଟର ।ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ ।ସେପଟେ ପୁଣି ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ୫ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ନଦୀର ଜଳସ୍ତର ବଢ଼ିବା ଆଶଙ୍କା ରହିଛି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଷଷ୍ଠ ଥର ପାଇଁ ବନ୍ୟା ସମ୍ଭାବନା ଦେଖାଦେଇଛି । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ନଦୀର ଗାଲୁଡିହ ବ୍ୟାରେଜରୁ ପାଣି ଛଡ଼ା ଯାଇଛି ।
ଆଜି ସନ୍ଧ୍ୟା ସୁଦ୍ଧା ରାଜଘାଟ ନିକଟରେ ବନ୍ୟା ଜଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଇଛି । ତେଣୁ ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ବନ୍ୟା ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଜଳସ୍ତର ବଢ଼ିଲେ ମଧ୍ୟ ବିପଦ ସଂକେତ ଅତିକ୍ରମ କରିବା ସମ୍ଭାବନା ନାହିଁ ବୋଲି ଜଳସେଚନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।