ବିପଦ ସଙ୍କେତ ଉପରେ ଜଳକା

0

ଓଡ଼ିଆ ନ୍ୟୁଜ୍: ବିପଦ ସଙ୍କେତ ଉପରେ ଜଳକା । ମଥାନୀଠାରେ ୬.୭୨ ମିଟର ଉପରେ ବହୁଛି । ଜଳବନ୍ଦୀ ୮ ପଞ୍ଚାୟତର ୩୦ରୁ ଅଧିକ ଗାଁ । ବସ୍ତା ବ୍ଲକର ୮ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ । ୨୦୦ରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବାରେ ଲାଗିଛି । ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଅତିକ୍ରମ କରିଛି । ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳ ଏବେ ପାଣି ଘେରରେ ।

ରାଜଘାଟରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ସେପଟେ ଝାଡ଼ଖଣ୍ଡ ଗାଲଡିହି ଖୋଲିଛି ୧୩ ଗେଟ । ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି ସକାଳ ୧୦ଟାରେ ରାଜଘାଟ ଅତିକ୍ରମ କରିବ । ଯାହାଫଳରେ ସୁବର୍ଣ୍ଣରେଖାର ତଳିଆ ଅଂଚଳରେ ଆଜି ଆହୁରି ପାଣି ପଶିବ। ପୂର୍ବ ବନ୍ୟା ଅପେକ୍ଷା ଏଥର ସୁବର୍ଣ୍ଣରେଖା ଦେଖାଇବ ଭୟଙ୍କର ରୂପ । ବନ୍ୟା ସ୍ଥିତିକୁ ମୁକାବିଲା ପାଇଁ ରତିଅଧିରେ ବୈଠକ କଲେ ବାଲେଶ୍ବର ଜିଲ୍ଲାପାଳ ।

Leave A Reply

Your email address will not be published.